ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଯାଜପୁର:କରୋନା ସମ୍ପର୍କରେ ସଚେତନ କରିବା ପାଇଁ ଅଂଟା ଭିଡିଛନ୍ତି ଯାଜପୁର ବରିଷ୍ଠ ନାଗରିକ ମଞ୍ଚ । କରୋନା ମହାମାରିକୁ ରୋକିବା ନିମନ୍ତେ ଯାଜପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ରାମ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିସହ ସଂଘର ସଭାପତି ପ୍ରଫୁଲ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ସମୂହ ଦୀପଦାନ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ପରେ ବରିଷ୍ଠ ନାଗରିକ ମାନେ ରାମ ମନ୍ଦିର ନିକଟରେ କରୋନା ର ମୁକାବିଲା କରିବା ପାଇଁ ଜନସାଧାରଣ ମାନଙ୍କୁ ସଚେତନତା ବାର୍ତା ଦେଇଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମ ରେ ସଙ୍ଘର ସମ୍ପାଦକ ପ୍ରବୋଧ ନାୟକ, ବନବିହାରୀ ମହାପାତ୍ର, ପଣ୍ଡିତ ଜ୍ଞାନ ରଂଜନ ପତି, ଗଦାଧର କୁଣ୍ଡୁ, ଉଦୟ ନାରାୟଣ ପରିଡା, ଖୀରୋଦ ଚନ୍ଦ୍ର ପାଠି, ବୃନ୍ଦାବନ ମିଶ୍ର, ଶିବପ୍ରସାଦ ବଳ, ଆନନ୍ଦ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ମିଶ୍ର, ଗଦାଧର ରାଉତ ଚୈତନ୍ୟ ପଣ୍ଡା ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ