କରୋନା (କୋଭିଡ-୧୯) ପାଇଁ ଅତିରିକ୍ତ ମାର୍ଗଦର୍ଶିକା

1,୨୨ ମାର୍ଚ୍ଚ, ୨୦୨୦ ପରଠାରୁ ଗୋଟିଏ ସପ୍ତାହ ପାଇଁ କୌଣସି ଅନୁସୂଚିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନକୁ ଭାରତରେ ଅବତରଣ କରିବା ଲାଗି ଅନୁମତି ମିଳିବ ନାହିଁ ।
2, ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦ ଦେଲେ ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକମାନଙ୍କୁ (ଡାକ୍ତରୀ ସହାୟତା ଚାହୁଁଥିବା ଲୋକମାନଙ୍କୁ ଛାଡ଼ି) ଘରେ ରହିବା ଲାଗି ରାଜ୍ୟ ସରକାର ଗୁଡ଼ିକ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବେ ।
3, ସେହିପରି ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଘରେ ରହିବା ଏବଂ ବାହାରକୁ ନବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଉଛି ।
4, ଛାତ୍ରଛାତ୍ରୀ, ରୋଗୀ ଓ ଦିବ୍ୟାଙ୍ଗ ଜନଙ୍କୁ ବାଦ ଦେଲେ ସମସ୍ତ ପ୍ରକାର ଯାତ୍ରା ରିହାତି ରଦ୍ଦ କରିବା ଲାଗି ରେଳପଥ ଓ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଆଦେଶ ଦିଆଯାଇଛି ।
5, ଜରୁରିକାଳୀନ/ଜରୁରି ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବାଦ ଦେଲେ ଘରୋଇ କ୍ଷେତ୍ରର ସମସ୍ତ କର୍ମଚାରୀମାନେ ଘରେ ଥାଇ କାମ କରିବା ଲାଗି ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
6, ଭିଡ଼ ଏଡ଼ାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ସମସ୍ତ ଗ୍ରୁପ ବି ଓ ସି କର୍ମଚାରୀଙ୍କ ପାଇଁ ଶିଫ୍ଟ ଡ୍ୟୁଟି କିମ୍ବା ବିକଳ୍ପ ସପ୍ତାହରେ ଡ୍ୟୁଟି କରିବା ଲାଗି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ