ଡକାୟତ ଯୋଜନା ବିଫଳ ଧରାପଡିଲେ ୪ ଦୁବୃର୍ତ୍ତ, ଜଣେ ଫେରାର୍
କୋଦଳା,(ଗୁଲସନ୍ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗି ଠାରୁ ଶାଳବଣ ସିଦ୍ଧେଶ୍ଵର ରାସ୍ତାରେ ଏକ ବଡ଼ ଧରଣର ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇଛି କୋଦଳା ପୋଲିସ। ସୂଚନା ଅନୁସାରେ ବୁଧବାର ରାତିରେ ୫ ଜଣ ଦୁର୍ବୃତ୍ତ ଉକ୍ତ ରାସ୍ତାରେ ମାରଣାସ୍ତ୍ର ସହ ଡକାୟତ ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ଯାଇ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଦୁବୃର୍ତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଦୁବୃର୍ତ୍ତ ମାନେ ହେଲେ ଭଂଜନଗରର ଶିବ ପ୍ରସାଦ ଜେନା, ଗାଙ୍ଗପୁର ବରପଲୀର ଜିତେନ୍ଦ୍ର ସ୍ବାଇଁ, ଖଲ୍ଲିିକୋଟର କାର୍ତ୍ତିକ ନାହାକ ଓ ରାମଚନ୍ଦ୍ର ମଲ୍ଲିକ। ଏମାନଙ୍କ ଠାରୁ ୪ ଟି ଅଫୁଟା ବୋମା, ୨ ଟି ଛୁରୀ, ୨ ପ୍ଯାକେଟ୍ ଲଙ୍କା ଗୁଣ୍ଡ, ଦୁଇଟି ଟର୍ଚ ଲାଇଟ୍, ୪ ଟି କଳା ମୁଖା ଓ କିଛି ମହମବତୀ ଦିଆସିଲି ଜବତ କରାଯାଇଛି। ଫେରାର୍ ହୋଇଯାଇଥିବା ଦୁବୃର୍ତ୍ତ ଜଣକ ମଧ୍ଯ ଚିହ୍ନଟ ହୋଇଥିବା ବେଳେ କୋଦଳା ରେଞ୍ଜର ବଗଂଳାର ଏମ୍ କିରଣ ବୋଲି ଜଣାପଡିଛି। କୋଦଳା ଥାନାରେ ଏନେଇ କେଶ୍ ନଂ ୭୪/୨୦୨୦ ରେ ମାମଲା ରୁଜୁ କରିବା ସହ ଦଫା ନମ୍ବର ୩୯୯, ୪୦୨ ଓ ଇଏଏସ୍ ଆକ୍ଟ ୪ଓ ୫ ରେ କୋର୍ଟ ଚାଲାଣ କରାଯାଇଛି। ଫେରାର୍ ହୋଇଯାଇଥିବା ଦୁବୃର୍ତ୍ତକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।