ଭିଭିଡ୍ ସିଡ୍ନୀ-୨୦୧୯ ଆରମ୍ଭ

(ଯୁଗାବ୍ଦ ନ୍ୟୁଜ) ଭିଭିଡ୍ ସିଡ୍ନୀ ପକ୍ଷରୁ ଆୟୋଜିତ ସଙ୍ଗୀତ, ଆଲୋକର ଅନନ୍ୟ କାର୍ଯ୍ୟକ୍ରମ ଭିଭିଡ଼୍ ମ୍ୟୁଜିକ ୨୦୧୯ ମେ ୨୪ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଟାଠାରୁ ଆରମ୍ଭ ହୋଇଛି । ଏହାକୁ ପ୍ରିମିୟର ଗ୍ଲାଡିସ୍ ବେର୍ଜିକ୍ଲିଆନ୍ ଉଦଘାଟନ କରିଛନ୍ତି । ଏହି ସଙ୍ଗୀତ ତଥା ଆଲୋକର କାର୍ଯ୍ୟକ୍ରମ ଜୁନ୍ ୧୫ ପର୍ଯ୍ୟନ୍ତ ୨୩ ଦିନ ଧରି ଅନୁଷ୍ଠିତ ହେବ । ଦକ୍ଷିଣ ଗୋଲ୍ରା୍ଦ୍ଧର ଏକ ଉତ୍ସବ ଭାବେ ଏହା ପରିଗଣିତ । ଏହା ସ୍ଥାନୀୟ ଅଂଚଳର ସମାଜିକ ତଥା ସାଂସ୍କୃତିକ ଉତ୍ସବ ।ଏହି ଅବସରରେ ଗ୍ଲାଡିସ୍ ବେର୍ଜିକ୍ଲିଆନ୍ କହିଲେ ଗଭିଭିଡ୍ ସିଡ୍ନୀ ନ୍ୟୁ ସାଉଥ୍ ୱେଲସ୍ର ଏକ ଅନନ୍ୟ ସାଂସ୍କୃତିକ ଉତ୍ସବ । ଏହି ଅବସରରେ ପର୍ଯ୍ୟଟକଙ୍କ ସଂଖ୍ୟା ସିଡ୍ନୀରେ ବୃଦ୍ଧି ପାଇବାରେ ଲାଗିଛି ।ଏହା ଅଷ୍ଟ୍ରେଲିଆର ଏକ ପ୍ରମୁଖ ଉତ୍ସବ । ପ୍ରତିବର୍ଷ ମେ-ଜୁନ୍ ମାସରେ ଏହା ଅନୁଷ୍ଠିତ ହୋଇଥାଏ । ଏହା ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶରେ ସହାୟକ ହୋଇପାରିଛି ।ଏହି ସାଂସ୍କୃତିକ ଉତ୍ସବରେ ପର୍ଯ୍ୟଟକ ଖାଦ୍ୟ ପାନୀୟର ଆନନ୍ଦ ନେବା ସହିତ ନିଆରା ଶପିଂ ଅଭିଜ୍ଞତା ହାସଲ କରିପାରିବେ ।ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଷ୍ଟୁଆର୍ଟ ଆୟରିସ୍ କହିଲେ, ଭିଭିଡ୍ ସିଡ୍ନୀ ଯୋଗୁ ସ୍ଥାନୀୟ ଅଂଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଏଠାକାର ଆର୍ଥିକ ବିକାଶ ସମ୍ଭବ ହୋଇ ପାରିଛି ।ଗତ ବର୍ଷ ଏହି ୨୩ ଦିନିଆ ଉତ୍ସବରେ ୨.୨୫ ନିୟୁତ ପର୍ଯ୍ୟଟକ ଯୋଗଦେଇଥିବାବେଳେ ୧୮୫,୮୮୭ ଟ୍ରାଭେଲ୍ ପ୍ୟାକେଜ୍ ଦିଆଯାଇଥିଲା । ୨୦୧୭ ତୁଳନାରେ ୨୦୧୮ରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ହୋଇଥିଲା ।ଏହି ଅବସରରେ ୫୦ ଲାଇଟ୍ ଇନଷ୍ଟେଲେସନ୍ ଏବଂ ପ୍ରୋଜେକସନ୍ ୧୭ ଦେଶର ୧୦୦ରୁ ଅଧିକ କଳାକାରଙ୍କ ଦ୍ୱାରା ମିଳିତ ଭାବେ ସମ୍ପନ୍ନ ହେବ । ଏହା ସିଡ୍ନୀର ବାରାଙ୍ଗାରୋ, ଚାଟସ୍ ଉଡ୍, ସରକୁଲାର କ୍ୱେ, ଦି ରକସ୍, ଡାର୍ଳିଂ ହାରବର, ଲୁନା ପାର୍କ, ରୟାଲ ବୋଟାନିକ୍, ଗାର୍ଡେନ୍ ସିଡ୍ନୀ, ତାରୋଙ୍ଗ ।ଜୁ ଆଦି ୮ଟି ସ୍ଥାନରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ