ଚିଟ୍ଫଣ୍ଡ ଜାଲରେ କଲକତା ପୁଲିସ୍ କମିଶନର
କଲକାତା : ରୋଜଭାଲି ଓ ସାରଦା ଭଳି ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ କଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ଚିଟ୍ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ରାଜୀବଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗରେ ଡେରା ପକାଇଥିବା ବେଳେ ସେ କେଉଁଆଡେ ଫେରାର ହୋଇଥିବା ଜାଣିବାକୁ ମିଳିଛି। କୁହାଯାଉଛି ଯେ ସିବିଆଇ ଖୁବଶୀଘ୍ର ରାଜୀବଙ୍କୁ ଗିରଫ କରିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ର ମମତା ବାନାର୍ଜୀଙ୍କ ଅତି ଘନିଷ୍ଟ କୁହାଯାଉଥିବା ପୁଲିସ କମିଶନର ରାଜୀବ ଗିରଫ ହେଲେ ଟିଏମସି ସରକାରଙ୍କ ଅଡୁଆରେ ପଡିବ ବୋଲି ଚର୍ଚ୍ଚା ହେଉଛି। ତେଣୁ ମମତା ତାଙ୍କୁ କେଉଁଆଡେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି।