ନାରୀ ପ୍ରତି ଅସମ୍ମାନର ପରିଣାମ

(ଯୁଗାବ୍ଦ ନ୍ୟୁଜ ) ନାରୀଙ୍କୁ ଦେବୀଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ । ଏହା ସତ୍ତେ୍ୱ କେତେକ କ୍ଷେତ୍ରରେ ମହିଳାଙ୍କୁ ଅସମ୍ମାନ କରାଯାଏ । ପ୍ରତ୍ୟେକ ମହିଳା ହେଉଛନ୍ତି ସମ୍ମାନର ଅଧିକାରୀ । ସେ ଛୋଟ ଝିଅ ହେଉ ଅଥବା ଯୁବତୀ ଓ ମହିଳା । ସମସ୍ତଙ୍କୁ ସମ୍ମାନ ଦିଆଯିବା ଜରୁରୀ ।ରାମଚରିତ ମାନସରେ ମହିଳାଙ୍କ ସମ୍ମାନରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ଚାରି ପ୍ରକାର ମହିଳାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ସେମାନଙ୍କୁ ଅସମ୍ମାନ କଲେ ଅଥବା ସେମାନଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଲୋକଙ୍କ ଜୀବନ ଅଭାବ ଓ ଅନାଟନରେ ଭରିଯାଏ । ସେମାନଙ୍କ ଜୀବନ ଦୁଃଖରେ କଟେ ।ବଧୂ ବେଶରେ

ସ୍ତ୍ରୀ:ବିବାହ ପରେ ଘରକୁ ନବ ବଧୂ ଆସେ । ତାଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ସମ୍ମାନ ଦିଆଯାଏ । ମାତ୍ର ଯେଉଁ ପୁରୁଷ ଘରକୁ ଆସୁଥିବା ନବବଧୂକୁ ସମ୍ମାନ ଦିଏ ନାହିଁ ଓ ଘୃଣା କରେ, ସିଏ କେବେ ହେଲେ ଖୁସିରେ ରହିପାରେ ନାହିଁ । ଏପରିକି ସେମାନଙ୍କ ଜୀବନ ସବୁବେଳେ କଠିନ ସମସ୍ୟା ଦେଇ ଗତି କରିଥାଏ ।

ଭାଇଙ୍କ ପତ୍ନୀ:ଶାସ୍ତ୍ର ଅନୁସାରେ ବଡ଼ ଭାଇଙ୍କ ପତ୍ନୀ (ଭାଉଜ)ଙ୍କୁ ମା’ ପରି ସମ୍ମାନ ଦିଆଯାଏ । ଯେଉଁ ବ୍ୟକ୍ତି ଭାଉଜଙ୍କୁ ଅପମାନିତ କରେ, ସେମାନଙ୍କୁ ଜୀବଜନ୍ତୁଙ୍କ ସହିିିତ ତୁଳନା କରାଯାଏ । ସେହିପରି ସାନଭାଇର ସ୍ତ୍ରୀ (ଭାଇବୋହୂ)ଙ୍କୁ ଝିଅ ପରି ସମ୍ମାନ ଦିଆଯାଏ । ଏମାନଙ୍କ ପ୍ରତି ଖରାପ ଧାରଣା ରଖିବା ବ୍ୟକ୍ତିଙ୍କୁ ମହାପାପୀ ସହିତ ତୁଳନା କରାଯାଏ । ତେଣୁ ଜୀବନରେ ଏପରି ଭୁଲ କେବେ ବି କରନ୍ତୁ ନାହିଁ ।

ଭଉଣୀ:ପ୍ରତ୍ୟେକ ପୁରୁଷର କର୍ତ୍ତବ୍ୟ ହେଉଛି ନିଜ ଭଉଣୀକୁ ମାଆ ପରି ବ୍ୟବହାର ପ୍ରଦର୍ଶନ କରିବା । ଜଣେ ବ୍ୟକ୍ତି ନିଜ ମାଆକୁ ଯେମିତି ସମ୍ମାନ ଦେଉଛନ୍ତି ଠିକ୍ ସେମିତି ଭଉଣୀକୁ ଦେବା ଉଚିତ । ଯଦି କୌଣସି ବ୍ୟକ୍ତି ଭଉଣୀକୁ ଦୁର୍ବ୍ୟବହାର ବା ଅପମାନିତ କରନ୍ତି, ତାହା ହେଲେ ସେମାନଙ୍କୁ ଭଗବାନ କେବେ ହେଲେ କ୍ଷମା ଦେବେ ନାହିଁ । ସେମାନେ ଜୀବନ ଦୁଃଖରେ କାଟିବେ ।

ଘରର ଝିଅ: ଭାଇର ଝିଅ ହେଉ ବା ଭଉଣୀଙ୍କ ଝିଅ ଅବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଝିଅ ହେଉ ସେମାନଙ୍କୁ ସମ୍ମାନ ଦିଅନ୍ତୁ । ସେମାନଙ୍କୁ ଅସମ୍ମାନ ଓ ମାଡ ମାରୁଥିବା ବ୍ୟକ୍ତିଙ୍କ ଜୀବନ ଦୁଃଖମୟ ହୋଇଥାଏ । ସେମାନଙ୍କଠାରୁ ଲକ୍ଷ୍ମୀ ଛାଡିଯାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ