୧୯୦ ସ୍ୱତନ୍ତ୍ର ଟ୍ରେନ୍ ଓ ୩୬ ନୂଆ ଟିକେଟ୍ କାଉଣ୍ଟର
ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ର, ବାହୁଡାଯାତ୍ରା ଓ ସୁନାବେଶରେ ସ୍ୱତନ୍ତ୍ର ଭାବରେ ୧୮୭ଟି ସ୍ୱତନ୍ତ୍ର ଭାବରେ ଟ୍ରେନ୍ ଚଳାଚଳ କରିବ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଭାବରେ ୩୬ଟି ଅସ୍ଥାୟୀ ଟିକେଟ୍ କାଉଣ୍ଟର ଖୋଲାଯିବ ବୋଲି ବୈଠକରେ ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଲକ୍ଷ୍ୟକରି ବିଭାଗ ପକ୍ଷରୁ ଷ୍ଟେସନ୍ ପରିସର ଓ ବାହାରେ ବିଶୁଦ୍ଧ ପାନୀୟ ଜଳ ଏବଂ ଅସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯିବ । ଯାତ୍ରୀମାନେ ଟ୍ରେନ୍ର ସମୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ହୋଡିଂ ଲଗାଯିବ ଏବଂ ଅଧିକ ସଂଖ୍ୟାରେ ମାଇକ୍ ମାଧ୍ୟମରେ ସୂଚନା ଦିଆଯିବ । ଯାତ୍ରୀଙ୍କ ଟ୍ରେନ୍ ସମ୍ପର୍କରେ ଅବଗତ ହେବା ଓ ସମୟ ସମ୍ପର୍କରେ ଜାଣିବା ସହଜସାଧ୍ୟ ହୋଇପାରିବ ତାହା ଉପରେ ବିଭାଗ ଦୃଷ୍ଟି ରଖିଛି । ସେହିପରି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପୁରୀ ରେଲଷ୍ଟେସନ ମରାମତି କାର୍ଯ୍ୟ ଜୁନ୍ ୨୫ରେ ଶେଷ ହେବ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ।


