ଅସ୍ଥାୟୀ ଦମକଳକେନ୍ଦ୍ର କର୍ମଚାରୀ ଘର ଛାଡିବାକୁ ନିର୍ଦ୍ଦେଶ, ଜନଅସନ୍ତୋଷ

କଣାସ (ଜୁଗାବ୍ଦ ନ୍ୟୁଜ୍‍): କଣାସରେ ଥିବା ଅସ୍ଥାୟୀ ଦମକଳକେନ୍ଦ୍ର ଗୃହ ଛାଡିବାପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଖବରରୁ ଜଣାପଡିଛି ଦମକଳକେନ୍ଦ୍ର ଖୋଲିବାପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବାପରେ ରାଜ୍ୟ ସରକାର ୨୦୧୨ଡିସେମ୍ବରରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ୨୦୧୩ ଫେବୁଆରୀ ୧୨ରେ ମୁଖ୍ୟମନ୍ତ୍ରୀ ଦମକଳକେନ୍ଦ୍ର ଉଦ୍ଘାଟନ କରିଥିଲେ ଏବଂ ଅସ୍ଥାୟୀ ଭାବେ ଏହି ଦମକଳ କେନ୍ଦ୍ର ସବ୍ରେଜେଷ୍ଟ୍ରି କାର୍ଯ୍ୟାଳୟ ପାଇଁ ନିର୍ମିତ ଗୃହମଧ୍ୟରେ ଚାଲିଥିଲା । ସ୍ଥାୟୀ ଗୃହ ନିର୍ମାଣ ପାଇଁ ୨୦୧୪ରେ ୬୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲେ ବି ଦୀର୍ଘ ୭ବର୍ଷ ହେଲା ତିନି ତିନି ଜଣ ତହସିଲଦାର ଗଲେଣି କିନ୍ତୁ ଜାଗାଚିହ୍ନଟ ତହସିଲଦାର କରିପାରୁନଥିବାରୁ ଜନଅସନ୍ତୋଷ ଦିନକୁ ଦିନ ବୃଦ୍ଧିପାଇଛି । ତୁରନ୍ତ ଜାଗା ଯୋଗାଇଦେବା ପାଇଁ କଣାସ ବିକାଶ ପରିଷଦ, କଣାସ ନାଗରିକ ମଞ୍ଚ, ବୁଦ୍ଧିଜିବୀ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ବାରମ୍ବାର ନିବେଦନ କରିଆସୁଛନ୍ତି । କଣାସ ପଞ୍ଚାୟତ ସମିତି ନିକଟ ପଶିଆପଡା ମୌଜା, ଗାଉପଡା ମୌଜା, ପୋତାଘର ମୌଜାରେ ବ୍ୟାପକ ଆନାବାଦି ଓ ଗୋଚର ଜମିଥିଲେ ମଧ୍ୟ ତହସିଲଦାର କାହିଁକି ସ୍ଥାୟୀଦମକଳ କେନ୍ଦ୍ରପାଇଁ ଜାଗାଚିହ୍ନଟ କରିବାକୁ କୁଣ୍ଠାବୋଧ କରୁଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟବସ୍ତୁ ହୋଇଛି । ଏ ସଂପର୍କରେ ତହସିଲଦାର ଅନିତା ପଣ୍ଡାଙ୍କୁ ପଚାରିବାରୁ ଜାଗା ଚିହ୍ନଟ ଖୁବ୍ଶୀଘ୍ର ହେବବୋଲି କହୁଥିବା ବେଳେ ଉପଜିଲ୍ଲାପାଳଙ୍କ ଅସ୍ଥାୟୀ ଦମକଳକେନ୍ଦ୍ର ସ୍ଥାନାନ୍ତରିତ ନିର୍ଦ୍ଦେଶ ଦେବାପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ