ଅଜବ କଳାର ଅଧିକାରୀ ବିଜେନ୍ଦ୍ର

କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲୁକା କରେ, ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ । କିନ୍ତୁ ଏ କଳା ସମସ୍ତଙ୍କ ପାଖରେ ନଥାଏ । କିଛି ଖାସ୍ ଲୋକଙ୍କୁ ଏହି ନିଆରା ଗୁଣର ଅଧିକାରୀ କରିଥାନ୍ତି ଈଶ୍ୱର । ସେମିତି ଜଣେ ବ୍ୟକ୍ତି ହେଲେ ଉତ୍ତରପ୍ରଦେଶ ଶାହରାନପୁର ନିବାସୀ ଠାକୁର ବିଜେନ୍ଦ୍ର ସିଂହ । ସେ ନା ସ୍ତିକ ଓ ମଙ୍ଗଳ କଳସ  କରେ ବଂଶୀବାଦନର ଅଜବ କଳାର ଅଧିକାରୀ । ତାଙ୍କର ଏହି ପ୍ରତିଭାକୁ ଦେଖି ଲୋକେ ଅପଲକ ନୟନରେ ଚାହିଁ ରହୁଛନ୍ତି । ପିଲାଦିନୁ ସଂଗୀତ ପ୍ରତି ଅହେତୁକ ଦୁର୍ବଳତା ଥିଲା ବିଜେନ୍ଦ୍ରଙ୍କର । କମ୍ ବୟସରୁ ବଂଶୀ ବଜାଇବାରେ ସେ ଏକ ଅଦ୍ଭୁତ କଳାର କମାଲ୍ ଦେଖାଇଥିଲେ । ସେବେଠୁ ଦୀର୍ଘ ୪୦ବର୍ଷ ହେବ ସେ ନାକରେ ଏତେ ସୁନ୍ଦର ବଂଶୀ ବଜାଉଛନ୍ତି, ଯାହା ବଡ଼ ବଡ଼ ବଂଶୀବାଦକ ବି ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ