କେରଳରେ ଫସିଛନ୍ତି ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ,ସମସ୍ତେଙ୍କ ଗ୍ରାମ ପୋଲସରା ନିର୍ବାଚନ ମଣ୍ଡଳୀ

ବୁଗୁଡା,(ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଓ ପୋଲସରା ବ୍ଲକ ଏବଂ ଏନଏସି ର ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ନିବେଦନ କରିଛନ୍ତି।ଇଣ୍ଡିଆ ସ୍ବେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ଡ଼ଃ କୁମୁଦ ଚନ୍ଦ୍ର ବେହେରା ବୁଗୁଡା ପ୍ରେସ କ୍ଲବ ସଂପାଦକ ଅନିଲ କୁମାର ମହାରଣାଙ୍କୁ ଜଣାଇବା ପରେ ଶ୍ରୀ ମହାରଣା କେରଳର କୋଜିକଟ ଜିଲ୍ଲାର କଉର ମେଡିକାଲ କଲେଜ ନିକଟରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ମଧ୍ୟରୁ ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଅରୁଣ ସାହୁଙ୍କ ଫୋନ ନମ୍ବର ୯୭୪୫୪୦୭୧୩୦ କୁ ଫୋନକରି କଥାବାର୍ତ୍ତା ହେବା ସମୟରେ ଅରୁଣ ସେମାନଙ୍କ ଅବସ୍ଥା ବିଷୟରେ କହିଥିଲେ।ସମସ୍ତ ବିଷୟ ଜାଣିବା ପରେ ଶ୍ରୀ ମହାରଣା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ