ବିଧାୟକଙ୍କ ତରଫରୁ ରମଜାନ ଇଫତାର ସାମଗ୍ରୀ ବଣ୍ଟନ
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍):ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଟାଙ୍ଗୀ ବ୍ଲକର ୧୦ଖଣ୍ଡି ମୁସଲିମ ଗ୍ରାମର ଭାଇଭଉଣୀମାନଙ୍କୁ ରମଜାନ ମାସରେ ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ଶୁଭକାମନା ଜଣାଇବା ସହ ତାଙ୍କ ପକ୍ଷରୁ ଇଫତାର ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ଟାଙ୍ଗୀ ବ୍ଲକ ଗୟାବନ୍ଧ,ଛଣଗିରି, ରାମେଶ୍ୱର, ଖଜୁରୀପଡ଼ା, ମେହେରାମପୁର, ମୂଳିଝରଗଡ଼, ସାନରାଉତପଡ଼ା, କରିମପୁର, ଟାଙ୍ଗୀ ଓ ଦିକ୍ଷିତପଡ଼ାରେ ଇଫତାର ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅବଦୁଲ ରଜାକ ଖାଁ,ଶେଖ ଜବାର ବକ୍ସ(ଗୁଣ୍ଡୁ),ନୁରୁ ମହମ୍ମଦ, ନାସିର ମହମ୍ମଦ,ହାସନ ଶାହା, ଶାଜୁଦ୍ଦିନ ଶାହା, କମାଲୁଦ୍ଦିନ ଶାହା,ଶେଖ ବରକ୍ ତୁଲ୍ଲା,ଶେଖ ଖୁଦରତ,ଜାକିର ଅଲ୍ଲୀ ଶାହା ଓ ଶେଖ ମଜିଦ୍ ପ୍ରମୁଖ ସହଯୋଗ କରିଥିଲେ ।