ଗାଁ ଯୁବକଙ୍କ ଦ୍ୱାରା ଗାଁ ଗାଁରେ ବାଉଁଶ ବାନ୍ଧି ଲକ୍ଡାଉନ
ହାଟଡ଼ିହି : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଏହି ସତର୍କତା ମୁଳକ ପଦକ୍ଷେପକୁ କିଛି ଲୋକ ଅବମାନନା କରି ଖୁଲାମଖୁଲା ବୁଲିବା ଓ ସଂଗରୋଧ ପରାମର୍ଶକୁ ନମାନିବା ଭଳି ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କିଛି ଗ୍ରାମରେ ଗତ ଦୁଇଦିନ ତଳ ଗାଁମୁଣ୍ଡରେ ବାଡବୁଜି ଓ ପଥର ୍ୋଇ କେଉଁଠି ବାଉଁଶ ବାନ୍ଧି ଗାଁକୁ ପ୍ରବେଶ ମନା ବୋଲି ଲେଖି ଗାଁରାସ୍ତାକୁ ଅବରୋଧ କରିଥିଲେ । ପରେ ପରେ ଏହା ଅନ୍ୟ କିଛି ଗାଁକୁ ମଧ୍ୟ ବ୍ୟାପି ଯାଇଛି । ଗାଁ ମୁଣ୍ଡରେ ବାଉଁଶ ବାନ୍ଧି ଫ୍ଲାକକାର୍ଡ ମାନରେ ସଚେତନତା ବାର୍ତ୍ତା ଲେଖି ଗାଁରୁ ବାହାରକୁ ବାହାରକୁ ନବାହାରିବା ଓ ଅନ୍ୟ ଲୋକଙ୍କୁ ଗାଁକୁ ପୁରାଇ ନଦେବାପାଇଁ ଚେଷ୍ଟା କରୁଛନ୍ତି । ବିଶେଷ ଆବଶ୍ୟକ ନଥିଲେ ବାହାରକୁ ଛାଡୁ ନାହାନ୍ତି । ଆଜି ଶାସଙ୍ଗ ପଞ୍ଚାୟତର ଚୋରଗଡିଆ, ଇଞ୍ଚୋଳ, ବାଲିବରେଇ ପଞ୍ଚାୟତର ନୁଆଗାଁ, ମରୈଗାଁ, ଷଢ଼ା ଆଦି ଗ୍ରାମର ଯୁବକମାନେ ଏହିପରି ପ୍ରୟାସ କରି ଗାଁ ଗାଁରେ ଲକଡାଉନ ଘୋଷଣାକୁ ପାଳନ କରିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି କିଛି ଗାଁରେ ବାହାରକୁ ନଯିବା ଲାଗି ପରାମର୍ଶ ଦେବାସହ ଗାଁରେ ପସିବା ପୁର୍ବରୁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତ ଧୁଆଇ ଲୋକଙ୍କୁ ସଚେତନ କରାଇଛନ୍ତି ।


