ଜୁନ୍ ୩ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ
ଏଥର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହା ମାର୍ଚ୍ଚ ୩୦ ତାରିଖ ପର୍ୟ୍ୟନ୍ତ ଚାଲିଥିଲା ।ଜୁନ ୩ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ। ଦିନ ୧୨ଟା ବେଳେ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ କରାଯିବବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ www.chseodisha.nic.in ଓ https://orissaresults.nic.in ୱେବ୍ସାଇଟ୍ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଜୁନ୍ ୩ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ଦେଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୮ରୁ ୨୨ ଓ ଦ୍ୱୀତିୟ ପର୍ଯ୍ୟାୟରେ ଅପ୍ରେଲ ୨୩ରୁ ମେ ୬ ତାରିଖ ପର୍ଯ୍ୟାନ୍ତ ଦିନ ଧାର୍ୟ୍ୟ କରାଯାଇଥିଲା । କିନ୍ତୁ ବାତ୍ୟା ଫୋନୀ ପ୍ରଭାବ ଲାଗି ଖାତା ଦେଖାରେ ବହୁ ବିଳମ୍ବ ହୋଇଥିଲା । ରାଜ୍ୟରେ ହୋଇଥିବା ମୋଟ ୫୮ଟି ମାନୁଆଲ ଓ ୩୬ଟି ଇ ମୂଲ୍ୟାୟନ କେନ୍ଦ୍ରରେ ବାତ୍ୟା ପରବର୍ତ୍ତୀ ଅବହେଳା ଦେଖାଯାଇଥିଲା । ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ବାତ୍ୟା ପରବର୍ତୀ ସମୟରେ ଅନୁପସ୍ଥିତ ରହିଥିଲେ, ସେଥପାଇଁ ଫଳ ବାହାରିବାରେ ବିଳମ୍ବ ହୋଇଥିଲା । ଜୁନ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।