ଜିଆଇଇଟିରେ ଲେରନାଥନ – ୫.୦ ଉଦଘାଟିତ

ଗୁଣୁପୁର(ୱାଇ ଏନ ଏସ) ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟର ଇଙ୍କୁବେଟେକ୍ସ ଇନୋଭେସନ ଫାଉଣ୍ଡେସନ ଏବଂ କ୍ୱାଲିଟୀ ଥଟ୍ ଫୁଚୋର ସ୍କିଲସ ଫାଉଣ୍ଡେସନ ମିଳିତ ସହଯୋଗରେ ଲେରନାଥନ -୫.୦ ଉଦଘାଟିତ ହୋଇଯାଇଛି। ଏହି  ଉତ୍ସଵରେ  ଅତିଥି ଭାବେ କୋଇଗି ନାଇଟ ଏଡୁ ଟେକ୍ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ଏବଂ କ୍ୱାଲିଟୀ ଥଟ୍ ଫୁଚୋର ସ୍କିଲସ ଫାଉଣ୍ଡେସନର ନିର୍ଦ୍ଦେଶକ  କ୍ରିସ୍ ଚିନ୍ତାଲାଲୁରି  ଯୋଗ ଦେଇ ଅର୍ଟିଫିସିଆଲ ଇଣ୍ଟେଲଜେନ୍ସ ଓ ମେସିନ୍ ଲେର୍ଣିଂ ବିଷୟ ରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବାୟୋ ରେଡ୍ ଲେବ ର ସିନିୟର୍ ପ୍ରୋଗ୍ରାମ ମ୍ୟାନେଜର ବାଲା ୟେଲାପନ୍ତ୍ତୁଲା, ହେଚ୍ ସି ଏଲ ଟେକ୍ନୋଲୋଜି ର ସିନିୟର୍  ଅର୍କିଟେକ  ରବି କିଶୋର, ରିସପୋଷ୍ଟା ସଫ୍ଟୱେରର ଇଞ୍ଜିନିଅରିଂ ଗ୍ରୁପ୍ ମ୍ୟାନେଜର କୃଷ୍ଣାମ ରାଜୁ, ବି ଏସ ଏନ୍ ଏଲ ର ଡେପୁଟୀ ଜେନେରାଲ ମ୍ୟାନେଜର ଡ. ଏମ୍ ସତ୍ୟା ପ୍ରସାଦ, ମେଡିକଭର୍ ହସ୍ପିଟାଲ ଡି ଜି ଏମ୍  କମ୍ପାନୀ ରିଲେଶନ ର ସାଇଲଜା କୋଟା, ବିଶାଖାପାଟଣା ର   ଟି ସି ଏସ ର ସେଣ୍ଟର୍ ମୁଖ୍ୟ ଡ. ରାମାରାଜୁ ପୋଷପତି, ବିଶ୍ୱବିଦ୍ୟାଳୟ ପ୍ରୋ ଭାଇସ ଚାନ୍ସେଲର ଡ ବି କେ ତ୍ରିପାଠୀ  ପ୍ରମୁଖ ଯୋଗଦେଇ ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟାର ସଦୂପଯୋଗ କରି ସମାଜର କଲ୍ୟାଣ ଦିଗରେ କାମ କରିବା ପାଇଁ ପରାମର୍ଶ  ଦେଇଥିଲେ। ଏହି କର୍ମଶାଳା ୨୭  ରୁ ୩୦ ଅଗଷ୍ଟ  ପର୍ଯ୍ୟନ୍ତ ଚାଲିବ।  ବିଶ୍ବବିଦ୍ୟାଳୟ ଇଞ୍ଜିନିଅରିଂ ବିଭାଗର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ  ମଡେଲ  ଉପସ୍ଥାପନ କରି ନିଜର ପ୍ରତିଭା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅନୁଷ୍ଠାନର ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ କମ୍ପ୍ୟୁଟର  ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଵିଭାଗର ମୁଖ୍ୟ ଡ ଶିବ ପ୍ରସାଦ ପାତ୍ର , ଡ ଡି ଅନିଲ କୁମାର ପ୍ରମୁକ ଉପସ୍ଥିତ ଥିଲେ। ଏଥିରେ କାର୍ଯ୍ୟକ୍ରମ ସଂଯୋଜକ ଡ ରାଘେବନ୍ଦ୍ର କୁମାର ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ