ଜାମ୍ମୁକାଶ୍ମୀର: ୧୨ ଘଣ୍ଟା ମଧ୍ୟରେ ୩ ଏନ୍କାଉଣ୍ଟର , ୩ ଆତଙ୍କବାଦୀ ନିହତ

ଶ୍ରୀନଗର(ଏଜେନ୍ସି): ଜାମ୍ମୁ କାଶ୍ମୀରରେ ବିଗତ ୧୨ ଘଣ୍ଟା ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ଟି ଏନ୍କାଉଣ୍ଟର କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁରକ୍ଷାବାହିନୀ ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇଟି ଏନ୍କାଉଣ୍ଟରେ କୌଣସି ଆତଙ୍କବାଦୀ ନିହତ ହୋଇନଥିବା ବେଳେ କେବଳ ଗୋଟିଏ ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ଟି ସ୍ଥାନ ଯଥା ଦକ୍ଷିଣ କଶ୍ମୀରର ଅବନ୍ତିପୁରା ଓ ପୁଲୱାମାର ତ୍ରାଲ ସେକ୍ଟରରେ ଏନ୍କାଉଣ୍ଟର ପ୍ରକ୍ର୍ରିୟା ଜାରି ରହିଛି । ରିପୋର୍ଟ ଅନୁସାରେ ଶୁକ୍ରବାର ଅପରାହ୍ଣ ୩ଟା ୩୦ରେ ସୁରକ୍ଷାବଳଙ୍କୁ ସୂଚନା ମିଳିଥିଲା ଯେ, ଅବନ୍ତୀପୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଛନ୍ତି । ଏହାପରେ ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ ଓ ଜାମ୍ମୁ କାଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଘେରାବନ୍ଦୀ କରିଥିଲା । ଏହା ପରେ ଏନ୍କାଉଣ୍ଟର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ଅଞ୍ଚଳରେ ୩ରୁ ୪ ଆତଙ୍କବାଦୀ ଥିବା ସନ୍ଦେହ କରାଯାଉଛି । ସେହିପରି ତ୍ରାଲସ୍ଥିତ ସିଆରପିଏଫ ଶିବିର ବାହାରେ ଗ୍ରେନେଡ୍ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଛନ୍ତି । ଏନ୍କାଉଣ୍ଟର ଜାରି ରହିିଛି, ଅଧିକ ଖବରକୁ ଅପେକ୍ଷା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ