କରୋନା:ପ୍ରବାସୀଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ
ଭୁବନେଶ୍ୱର: ଲକ ଡାଉନ ଯୋଗୁଁ ଅସୁବିଧାରେ ଥିବା ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ରାଜ୍ୟ ପାଇଁ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ରାଜ୍ୟର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଲେଙ୍ଗାନା ପାଇଁ ୟେଦୁଲା ବିଜୟଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶ ପାଇଁ ବି. ପରମେଶ୍ୱରନ, ପଶ୍ଚିମବଂଗ ପାଇଁ ଭାସ୍କରଜ୍ୟୋତି ଶର୍ମା, ଗୁଜୁରାଟ ପାଇଁ ଜେ . ନୀତିନ ଭାନୁଦାସ, ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲ, ତାମିଲନାଡୁ ପାଇଁ ଚିତ୍ରା ଅରୁମୁଗମ, ବିହାର ଓ ଝାରଖଣ୍ଡ ପାଇଁ ମହମ୍ମଦ ସିଦ୍ଦିକ୍ ଆଲାମ, କେରଳ ପାଇଁ ଏମ ମୁଥୁକୁମାର, ନୂଆଦିଲ୍ଲୀ ଏନସିଆର ପାଇଁ ସଂଜୀବ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି । ଅନ୍ୟ ରାଜ୍ୟ ପାଇଁ ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି ।


