ବିପଦପୂର୍ଣ୍ଣ ଅବସ୍ଥାରେ କୋକିଢିଅ-ତେଲସରା ରାସ୍ତା

ନାଉଗାଁ,:ଭଦ୍ରକ ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ପୂର୍ତ ବିଭାଗ ଅଧିନ କୋକିଢିଅ-ତେଲସରା ରାସ୍ତା ବିପଦପୂର୍ଣ୍ଣ ଅବସ୍ଥାରେ । ରାସ୍ତାର ଉଭୟ ପାଶ୍ୱର୍ ସଂପ୍ରସାରଣ ଓ ସମତଳ ଅଭାବରୁ ବିପଜ୍ଜନକ ଅବସ୍ଥାରେ ରହିଛି । ଏପରିକି ଗଂଗଦହାଟ ନିକଟରେ ଥିବା କଲର୍ଭଟର ହୋମର ପାଇପି ଭାଙ୍ଗି ଯିବାରୁ ରାସ୍ତାରେ ଗର୍ତ ସୃଷ୍ଟି ହୋଇଥିଲା । ବିଭାଗ ପକ୍ଷରୁ ୬ ମାସ ତଳେ ମରାମତି କରାଯାଇଥିଲେ ମଧ୍ୟ ତାହା ଏବେ ପୂର୍ବ ପରି କଲର୍ଭଟର ଉପର ଭାଗ ରାସ୍ତା ଦବି ଗର୍ତ ସୃଷ୍ଟି ହୋଇଛି । ଯାହାଫଳରେ ଜନସାଧାରଣମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ,ଜଗତସିଂହପୁର ପୂର୍ତ ବିଭାଗ ଅଧିନ କୋକିଢିଅରୁ ତେଲସରା ପର୍ଯ୍ୟନ୍ତ ୧୧ କିମି ରାସ୍ତା ରହିଛି । ଉକ୍ତ ରାସ୍ତାର ପିଚୁ ରାସ୍ତାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଲେଉଟିଆ ଶାଗ କାଟିଲା ପରି ରାସ୍ତା ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବା ବେଳେ ବର୍ଷା ରିତୁ ପରେ ରାସ୍ତାର ଉଭୟ ପାଶ୍ୱର୍ ଘାସ ସଫେଇ ନାରେ ମଧ୍ୟ ଲୁଟୁଛନ୍ତି । ସେହିପରି କଂକ୍ରଟି ରାସ୍ତାର ଉଭୟ ପାଶ୍ୱର୍ ସଂପ୍ରସାରଣ ଓ ସମତଳ କରାଯାଇ ନଥିବାରୁ ଉଭୟ ପଟୁ ଆସୁଥିବା ଚାରି ଚକିଆ ଯାନ କଟାକଟିରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ରାସ୍ତାର କଡ ଅସମତଳ ଥିବାରୁ ଗାଡି ଚକା ଖସି ପଡିବାରୁ ଦିର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିଥିବା ମଧ୍ୟ ଦେଖାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ରାସ୍ତାର ଗଂଗଦାହାଟ ନିକଟସ୍ଥ ଥିବା ଏକ କଲର୍ଭଟର ହୋମ ପାଇପି ଫାଟି ଯିବାରୁ ରାସ୍ତା ଦବି ଖାଲରେ ପରିଣତ ହୋଇଥିଲା । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ରାସ୍ତାକୁ ଖୋଳା ଯାଇ କଲର୍ଭଟର ହୋମ ପାଇପି ଉପରେ ଲୁହା ଟିଣକୁ ପକା ଯାଇ ସିମେଂଟ ଢଳାଇ କରାଯାଇ ରାସ୍ତା ମରାମତି କରାଯାଇଥିଲା । କିନ୍ତୁ ଉକ୍ତ କଲର୍ଭଟର ମରାମତି ହେବାର ୬ମାସ ନ ହେଉଣୁ ପୂର୍ଣ୍ଣବାର ରାସ୍ତାଟି ଦବିବାରେ ଲାଗିଛି । ଫଳରେ ଏଥିରେ ସାମନ୍ୟ ବର୍ଷା ହେବା ମାତ୍ରେ ପାଣି ଜମି ରହୁଛି । ଏହି ରାସ୍ତାରେ ଗାଡି ଚାଳକମାନେ ଯାତାୟତ ସମୟରେ ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେହିପରି ଛୋଟ ଛୋଟ ପିଲାମାନେ ସାଇକଲରେ ଯାତାୟତ କରୁଥିବା ଉକ୍ତ ଗର୍ତରେ ପଡି ଗୁରୁତର ହେଉଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଯଦି ଉକ୍ତ କଂକ୍ରିଟି ରାସ୍ତା ସମୂର୍ଣ୍ଣ ଭାବେ ଦବି ଯାଏ ତେବେ ଉଭୟ ପଟର ଯୋଗାଯୋଗ ବିଛିନ୍ନ ହେବାର ବହୁତ ସମ୍ଭାବନା ରହିଛି । ତେଣୁ ବିଭାଗ ପକ୍ଷରୁ ଉକ୍ତ କଲର୍ଭଟଟିକୁ ବର୍ଷା ରିତୁ ପୂର୍ବରୁ ତୁରନ୍ତ ନୂତନ ଭାବେ ନିର୍ମାଣ କରିବାକୁ ସମାଜସେବୀ ଲିଙ୍ଗରାଜ ସାହୁ,ପ୍ରତାପ ବିଶ୍ୱାଳ, କୋରୁଅର ପୂର୍ବତନ ସରପଂଚ ନଗେନ୍ଦ୍ର ନାଥ ନାୟକ, ଡେରିକି ପ୍ରାଥମିକ ସେବା ସମବାୟ ସମିତର ସଭାପତି କରୁଣାକର ନାୟକ, କୋରୁଅ ସରପଂଚ ଅରଣ୍ୟ ନାୟକ, ଯୁବନେତା ନିଗମାନନ୍ଦ ପରିଡା,ଫେଲୁ ପରିଡା ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ