କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଜିଲା ପ୍ରଶାସନ
ଯାଜପୁର:ଲକଡାଉନ କୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲା ପ୍ରଶାସନ । ଏହି ସମୟରେ କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ମଧ୍ୟ ପଛେଇ ନାହିଁ ଜିଲା ପ୍ରଶାସନ । ଆଜି ଜିଲାରେ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜଣେ ସହକାରୀ ବ୍ଲକ ଅଧିକାରୀଙ୍କ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ ସହ ୨ଜଣ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଙ୍କୁ ନିଲମ୍ବିତ କଲେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ । ଆଜି ଜିଲାପାଳ ଗ୍ରସ୍ତ ସମୟରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡଃ ହେମନ୍ତ କୁମାର ନାୟକ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେହିପରି କରୋନା ସହ ସଂଗ୍ରାମ ଚାଲିଥିବା ସମୟରେ ଯାଜପୁର ସିଡିପିଓ ସରିତା ନାୟକ ଏବଂ ଧର୍ମଶାଳା ସିଡିପିଓ ସଂଯୁକ୍ତା ସାହୁ ନିଜ କର୍ତ୍ତବ୍ୟ ରେ ଅବହେଳା କରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏଥିସହ ନିୟନ୍ତ୍ରିତ ବଜାର କମିଟିର ନରେଶ ଚନ୍ଦ୍ର ସାହୁ ଓ ସହଦେବ ମଲିକ ଙ୍କୁ ନିଲମ୍ବିତ କରିଛନ୍ତି ଜିଲାପଳ । ସେହିପରି ଦାନଗଦି ବ୍ଲକର ଏବିଡିଓ ଅଜୟକୃଷ୍ଣ ଦ୍ୱିବେଦୀଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଥିବା ଜିଲାପାଳ ସୂଚନା ଦେଇଛନ୍ତି ।


