୧୫୦ ରୁ ଉର୍ଦ୍ଧ ବାଇକ ଥାନାରେ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ପାଇଁ ସାରା ଦେଶରେ ସରକାର ଙ୍କ ତରଫରୁ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଥିଲେ ମଧ୍ୟ ଭଞ୍ଜନଗର ରେ ଜନସାଧାରଣ ଏହାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି ଏବଂ ବିଭିନ୍ନ ବାହାନା କରି ଲୋକେ ଅବଧରେ ମଟରଗାଡି ରେ ଚଳପ୍ରଚଳ କରୁଛନ୍ତି l ବାରମ୍ବାର ପୋଲିସ ଓ ପ୍ରଶାସନ ତରଫରୁ ସତର୍କ କରାଯାଉଥିଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି l ଯାହାଫଳରେ ଲକଡାଉନ ସମାଜ ଉପରେ କୌଣସି ପ୍ରକାର ପ୍ରଭାବ ପଡୁନଥିବା ଦେଖାଦେଇଛି l ତେଣୁ ଆଜି ଭଞ୍ଜନଗର ପୋଲିସ ସହର ର ବିଭିନ୍ନ ସ୍ଥାନ କୁ ବ୍ଲକିଙ୍ଗ କରି ଅଯଥା ରେ ବୁଲୁଥିବା ଲୋକଙ୍କୁ ଅଟକାଇ ପ୍ରାୟ ୧୫୦ ରୁ ଉର୍ଦ୍ଧ ବାଇକ ଥାନାରେ ଆଣିରଖିଛି l ଆଗାମୀ ଦିନରେ ମଧ୍ୟ ଏହି ପରି ସୁରକ୍ଷାବ୍ୟବସ୍ଥା କୁ କଡାକଡି କରିବାସହିତ ସୁଧୁରୁନଥିବା ଲୋକଙ୍କ ବାଇକ ଜବତ କରାଯିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ