ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍ ସାମ୍ସଙ୍ଗର ମାର୍କେଟ୍ ସେୟାର ଡବଲ
ସାମ୍ସଙ୍ଗର ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍ ଭାରତରେ ଅଭୂତପୂର୍ବ ସଫଳତା ହାସଲ କରିଛି ।କମ୍ପାନୀ ଖୁବ୍ କମ୍ ସମୟ ମଧ୍ୟରେ ଗାଲାକ୍ସି ଏମ୍୧୦, ଏମ୍୨୦ ଓ ଏମ୍୩୦ ର ୨ ନିୟୁତ ୟୁନିଟ୍ ବିକ୍ରି କରିବାରେ ସଫଳ ହୋଇପାରିଛି । ଯୁବ ପୀଢ଼ି ଓ ଜେନ୍ ଜେଡ୍ ଗ୍ରାହକଙ୍କ ମାନଙ୍କ ପାଇଁ ଡିଜାଇନ୍ ହୋଇଥିବା ଗାଲାକ୍ସି ଏମ୍ କୁ ଭାରତରେ ଆରମ୍ଭ କରାଯାଇଥିଲା ଓ ଏହା ଆମାଜନ ଇନ୍ ଓ ସାମ୍ସଙ୍ଗ ଡଟ୍ କମ୍ ରେ ଚଳିତ ବର୍ଷ
ଫେବୃୟାରୀରେ ଉପଲବ୍ଧ ହୋଇଥିଲା ।ଗାଲାକ୍ସି ଏମ୍ ର ସଫଳତା ହେତୁ ସାମ୍ସଙ୍ଗର କେବଳ ଅନ୍ଲାଇନ୍ ଏକ୍ସକ୍ଲୁସିଭ୍ ରେଞ୍ଜର ସ୍ମାର୍ଟଫୋନ୍ ଦ୍ୱାରା ଏହା ଚଳିତ ବର୍ଷ ଏହାର ମାର୍କେଟ୍ ସେୟାରକୁ ଡବଲ୍ କରିପାରିଛି ବୋଲି କହିଛନ୍ତି, ଅସିମ୍ ୱାର୍ସି, ସିନିୟର ଭାଇସ୍ ପ୍ରେସିଡେଂଟ,ମୋବାଇଲ୍ ବିଜ୍ନେସ୍, ସାମସଙ୍ଗ ଇଣ୍ଡିଆ ।ଗାଲାକ୍ସି ଏମ୍ ସିରିଜ୍ ସହିତ ଗାଲାକ୍ସି ଏ ଓ ଗାଲାକ୍ସି ଏସ୍ ସିରିଜ୍ ହେତୁ ସାମ୍ସଙ୍ଗ ଇଣ୍ଡିଆର ଅନ୍ଲାଇନ୍ ବିକ୍ରିରେ ବୃଦ୍ଧି ହୋଇଛି ଯାହାକି ଅନ୍ଲାଇନ୍ ଚାନେଲ୍ରେ ଉପଲବ୍ଧ ରହିଛି । ଆମର ଲକ୍ଷ୍ୟ ରହିଛି ଅନ୍ଲାଇନ୍ ସ୍ପେସ୍ରେ ୨୫% ମାର୍କେଟ୍ ସ୍ପେସ୍ ଗ୍ରହଣ କରିବା, ବୋଲି ସେ କହିଛନ୍ତି । ସାମ୍ସଙ୍ଗ ବର୍ତମାନ ଏହାର ଚତୁର୍ଥ ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍ – ଗାଲାକ୍ସି ଏମ୍୪୦କୁ ପ୍ରସ୍ତୁତ କରୁଛି ଯାହାକି ଜୁନ୍ର ପ୍ରଥମ ଅର୍ଦ୍ଦେକରେ ଶୁଭାରମ୍ଭ ହେବାକୁ ଯାଉଛି । ଗାଲାକ୍ସି ଏମ୍୪୦ ହେଉଛି ସବୁଠାରୁ ଅଧିକ ପ୍ରିମିୟମ ଏମ୍ ସ୍ମାର୍ଟଫୋନ୍, ଯାହାର ମୂଲ୍ୟ ଟ. ୨୦,୦୦୦ ହେବାର ଆଶା କରାଯାଉଛି । ଗାଲାକ୍ସି ଏମ୍୪୦ ସ୍ନାପ୍ଡ୍ରାଗନ୍ପ୍ରୋସେସର ଓ ସାମ୍ସଙ୍ଗର ଇନ୍ଫିନିଟି ଓ ଡିସ୍ପ୍ଲେ ଟେକ୍ନୋଲୋଜି ଦ୍ୱାରା ଶୁଭାରମ୍ଭ ହେବ । ଭାରତ ପ୍ରଥମ ଦେଶ ଭାବରେ ଗାଲାକ୍ସି ଏମ୍୪୦ ପାଇବ ।ଗାଲାକ୍ସି ଏମ୍ କୁ ଭାରତରେ ସଫଳ କରିଥିବାରୁ ସାମ୍ସଙ୍ଗ ଏହାର ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।