ଅସହାୟ, ଭିକାରୀ ଓ ବୁଲା ପଶୁଙ୍କୁ ଆହାର ପ୍ରଦାନ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ସହରରେ ଲକଡ଼ାଉନ ପାଳନ ପରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ସହରର ଏଣେ ତେଣେ ବୁଲି ମାଗି ଖାଉଥିବା ମାନସିକ ବିକୃତ ଲୋକ ଓ ଭିକ୍ଷୁକ । ବିଶେଷ କରି ମାନସିକ ବିକୃତ ବ୍ୟକ୍ତି ମାନେ ବିଭିନ୍ନ ହୋଟେଲ, ରେଷ୍ଟୁରାଂଟ ଓ ପାଷ୍ଟଫୁଡ଼ ଦୋକାନ ନିକଟରେ ରହି ଲୋକଙ୍କୁ ମାଗି ଖାଇବା ସହ ଆବଶ୍ୟକ ପଡ଼ିଲେ ଅଇଁଠା ପତ୍ର ଖାଇ ଜିବୀକା ନିର୍ବାହ କରୁଥିବା ବେଳେ ଭିକ୍ଷୁକ ମାନେ ଭିକ୍ଷା ବୃତି କରି ଯାହା କିଛି ଅର୍ଜନ କରୁଥିଲେ, ସେଥିରେ ଜୀବନ ନିର୍ବାହ କରୁଥିଲେ । ଲକଡ଼ାଉନ ଯୋଗୁଁ ସମସ୍ତ ହୋଟେଲ, ରେଷ୍ଟୁରାଂଟ ଓ ପାଷ୍ଟଫୁଡ଼ ଦୋକାନ ବନ୍ଦ ରହିଥିବା ବେଳେ ଜନସାଧାରଣ ମଧ୍ୟ ଘରୁ ବାହରକୁ ବାହାରୁନାହାନ୍ତି । ଏହି ପରିପ୍ରେକ୍ଷୀରେ ଅସହାୟ, ମାନସିକ ବିକୃତ ଲୋକ ଓ ଭିକ୍ଷୁକ ମାନେ ଜୀବନ ବଂଚାଇବା ସକାଶେ ଭଲଭାବେ ପେଟକୁ ଖାଇବାକୁ ଦି’ମୁଠା ଆହର ଯୋଗାଡ଼ କରିବା ସେମାନଙ୍କ ପାଇଁ ଭାରି କଷ୍ଟକର ହୋଇ ପଡ଼ିଥିଲା । ଏହି କାରଣରୁ ହିଂଜିଳିକାଟୁ ପୌର ପ୍ରଶସନ ପକ୍ଷରୁ ମଙ୍ଗଳବାର ଠାରୁ ଏହି ଶ୍ରେଣୀର ଲୋକ ମାନଙ୍କୁ ଆହାର ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ପୌର ପରିଷଦର କର୍ମଚାରୀ ମାପେ ସ୍ଥାନୀୟ ପୌରାଂଚଳର ବିଭିନ୍ନ ସାହିବସ୍ତି ବୁଲି ଅସହାୟ, ମାନସିକ ବିକୃତ ଲୋକ ଓ ଭିକ୍ଷୁକ ସମେତ ସହରରେ ବୁଲୁଥିବା ବୁଲା କୁକୁର ମାନଙ୍କୁ ଖାଦ୍ୟ ଦେଉଥିବା ଲକ୍ଷ୍ୟ କରାଯାଇଛି । ଏଥି ସକାଶେ ପୌରାଂଚଳର ଶ୍ରଦ୍ଧା ସ୍ୱଂୟ ସହାୟିକା ଗୋଷ୍ଠୀକୁ ଖାଧ୍ୟ ବ୍ୟବସ୍ଥା ଯୋଗାଇବା ପାଇଁ ନିର୍ଦ୍ଦେଶ କରାଯାିଛି । ସେହିପରି ରାସ୍ତାରେ ବୁଲୁଥିବା ଗାଇ, ଗୋରୁ ମାନଙ୍କୁ କୁଣ୍ଡା, ପାଳ ମଧ୍ୟ ଦେଉଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ