ପାରିବାରିକ କଳହର କରୁଣ ପରିଣତି, ଦୁଇ ପୁଅଙ୍କୁ ବିଷ ପିଆଇଲା ମା

ହାଟଡ଼ିହି (ସୌମ୍ୟ ରଞ୍ଚନ ଆଚାର୍ଯ୍ୟ) : ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ପାରିବାରିକ କଳହରୁ ଜଣେ ମା ତାର ଦୁଇ ପୁଅଙ୍କୁ ବିଷ ଖୁଆଇ ଦେଇଥିବା ଅଭିଯୋଗ ହୋଇଛି । ଦୁଇ ଛୁଆଙ୍କ ବାପା ସୁଶାନ୍ତ କୁମାର ପରିଡା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତ ୩୧ତାରିଖ ଦିନ କୌଣସି କାରଣକୁ ନେଇ ତାଙ୍କ ପତ୍ନୀ ମିନତୀ ତାର ଦୁଇ ପୁଅଙ୍କୁ ପିଟାପିଟି କରୁଥିବାବେଳେ ସୁଶାନ୍ତ ପହଞ୍ଚି ଏହାକୁ ବିରୋଧ କରିବାରୁ ପତ୍ନୀ ରୀନା ଘରେ ଚାଷପାଇଁ ରଖାଯାଇଥିବା କୀଟନାଶକକୁ ଜବରଦସ୍ତ ଦୁଇ ପୁଅଙ୍କୁ ପିଆଇ ଦେଇଥିଲା । ୬ବର୍ଷର ବଡପୁଅ ପାଟିରୁ ବିଷକୁ ଖୋଲି ଦେଇଥିବାବେଳେ ସାନପୁଅ ପେଟକୁ ବିଷ ପଳାଇଥିଲା । ଏଥିରେ ଅତିଷ୍ଠ ହୋଇ ସୁଶାନ୍ତ ବିଷ ବୋତଲକୁ ଛଡାଇବାରୁ ପତ୍ନୀ ତାଙ୍କ ଉପରେ ମଧ୍ୟ ବିଷ ଢ଼ାଳି ଦେଇଥିଲା । ଏହା ଦେଖି ପଡୋଶୀମାନେ ତୁରନ୍ତ ଛୁଆଙ୍କୁ ପଟାସ ପାଣି ପିଆଇ ବାନ୍ତି କରାଇବାପରେ ଆନନ୍ଦପୁର ଉପଖଣ୍ଡ ।କ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଚିକିତ୍ସିତ ହୋଇ ଦୁଇ ପୁଅଙ୍କୁ ଘରକୁ ଫେରାଇ ଅଣାଯାଇଛି । କାହିଁକି ତୁମେ ବାପ ମାଙ୍କ ସେବା କରୁଛ ବୋଲି କହି ରୀନା ସବୁବେଳେ ସୁଶାନ୍ତ ସହିତ କଳି ଝଗଡା କରୁଥିବାରୁ କେତେବେଳେ ଯେ କଣ ଅଘଟଣ ନଘଟାଇବ ସେନେଇ ଆଶଙ୍କାରେ ଅଛି ସୁଶାନ୍ତ । ଏନେଇ ସୁଶାନ୍ତ ଆନନ୍ଦପୁର ଥାନାରେ ଅଭିଯୋଗ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ