ନୂଆ ଲୁକ ରେ ହ୍ରିତିକ

ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ ହ୍ରିତିକ୍ ରୋଶନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସୁପର ୩୦’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏଥିରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ହ୍ରିତିକଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିବ। ଟ୍ରେଲର ରିଲିଜ୍ ହେବା ପରେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳୁଥିବା ପରିଲକ୍ଷିତ ହୋଇଛି। ଲୋକେ ଚଳଚ୍ଚିତ୍ରରେ ହ୍ରିତିକଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ୨ ମିନିଟ୍ ୩୭ ସେକେଣ୍ଡର ଏହି ଟ୍ରେଲରରେ ହ୍ରିତିକଙ୍କ ବିହାରୀ କଥା ଓ ଠାଣି ଦେଖିବାକୁ ମିଳିଛି। ହ୍ରିତିକଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଚଳଚ୍ଚିତ୍ର ୧୨ ଜୁଲାଇରେ ମୁକ୍ତିଲାଭ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ