ଅସହାୟଙ୍କୁ ରନ୍ଧା ଖାଦ୍ୟ ବଂଟନ

ନାଉଗାଁ : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ ଡାଉନ ବ୍ୟବସ୍ଥା ହୋଇଛି । ଏହାଫଳରେ ଆଦିବାସୀ, ଗରିବ ଅସହାୟ ବ୍ୟକ୍ତି କାମ ଅଭାବରୁ ଘରେ ବସି ରହିଛନ୍ତି । ଏହିଭଳି ପରିସ୍ଥିତିରେ ସେମାନଙ୍କୁ ଡାଲମିଆ ସିମେଂଟ କମ୍ପାନୀ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି କଂମ୍ପାନୀର ଆନୁକୁଲ୍ୟରେ ନାଉଗାଁ ବ୍ଲକର ଶାଳଜଙ୍ଗାସ୍ଥିତ ବାବା କୁଳମଣୀ ଏଂଟରପ୍ରାଇଜେସର ମାଲିକ ନିଳମଣୀ ମହାପାତ୍ରଙ୍କ ସହଯୋଗରେ ଅଙ୍ଗେଶ୍ୱରପଡାର ଆଦିବାସୀ ବସ୍ତିରେ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ସଂକ୍ରମଣକୁ ଆଖି ଆଗରେ ରଖି ସାମାଜିକ ଦୂରତାକୁ ମାନି ଖାଦ୍ୟ ବଂଟନ କରାଯାଇଥିଲା । ଏହି ବଂଟନ କାର୍ଯ୍ୟ ୫ ଦିନ ଧରି ଅସହାୟମାନଙ୍କ ଉର୍ଦ୍ଦେଶ୍ୟରେ ଚାଲୁ ରହିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ କୁଳମଣୀ ମହାପାତ୍ର, ସୋମନାଥ ମୁଦୁଲି, ବିସ୍ମୟାନନ୍ଦ ସ୍ୱାଇଁ, ଅଙ୍ଗଦ ନାୟକ, ତପନ ମଲ୍ଲ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଂଚଳରେ ବହୁତ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ