କେନ୍ଦ୍ର ସମବାୟ ଉନ୍ନୟନ ବ୍ୟାଙ୍କ ମଧ୍ୟ ଆର୍ଥିକ ସହାୟତା ଯୋଗାଇଛି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କରୋନା ର ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।ଏଥିପାଇଁ ଜନସାଧାରଣ ମଧ୍ୟ ଏକାଠି ହୋଇ ସରକାର ଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସିଛନ୍ତି।ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି ଓ ସଂଗଠନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମଜବୁତ କରିବା ପାଇଁ ହାତ ବଢ଼ଢାଇଛନ୍ତି।ଏହି ଅବସରରେ ଆସିକା କେନ୍ଦ୍ର ସମବାୟ ଉନ୍ନୟନ ବ୍ୟାଙ୍କ ମଧ୍ୟ ଆର୍ଥିକ ସହାୟତା ଯୋଗାଇଛି। ବ୍ୟାଙ୍କ ତରଫରୁ ସଭାପତି ବିରେନ୍ଦ୍ର କେଶରୀ ଆରୁଖ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।ଏହି ଅର୍ଥ ରାଜ୍ୟର ବିପଦ ସମୟରେ ସହାୟକ ହେବ ଯାହାଫଳରେ ବହୁ ଲୋକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ