ଗ୍ରାମାଞ୍ଚଳରେ କୋରନା ସଚେତନ କଲେ ଯୁବକ ସଙ୍ଘ ଓ ଗ୍ରାମବାସୀ
ଛତ୍ରପୁର : ବ୍ଲକ୍ ରେ ବିଭିନ୍ନ ଗ୍ରାମର ଥିବା ଯୁବକ ସଂଘ କୋରନା ଭଳି ମହାମାରୀ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି। ମହାମାରୀ ସମୟରେ ପ୍ରକୃତ ଏହି ଯୁବଗୋଷ୍ଟି ହେଉଛନ୍ତି ଜଣେ ଜଣେ ଯୋଦ୍ଧା କହିଲେ ଅତୃକ୍ତି ହେବ ନାହିଁ । କରୋନା ତ ଦିନେନା ଦିନେ ହାରିବ ମାତ୍ର ଏହି ମହାମାରୀ ସମୟରେ ସେମାନେ ଯେଉଁ ସଚେତନତାର ବାର୍ତ୍ତା ଦେଲେ ତାହା ସବୁଦିନ ପାଇଁ ମାଇଲ ଖୁଣ୍ଟ ସଦୃଶ ଦୀପ୍ତିମନ୍ତ ହୋଇ ରହିବ। ପୋଟଲାମପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଙ୍ଗପୁର -୧ ଗ୍ରାମର ଯୁବକ ସଂଘ ଓ ଗ୍ରାମ୍ୟ କମିଟି ପକ୍ଷରୁ ଗାଁ କୁ ସମ୍ପୁର୍ଣ୍ଣ ଭାବେ କିପରି ଅନ୍ୟ ଅଂଚଳ ଲୋକେ ଆସିପାରିବେ ନାହିଁ ବାଉଁଶରେ ବାଡ଼ ବାନ୍ଧି ଜଗି ରହିଛନ୍ତି।ଗାଁ ଦାଣ୍ଡରେ ଘର ଘର ବୁଲି ଏହି ଘଡିସନ୍ଧି ସମୟରେ କୋରନା ଭଳି ମହାମାରୀ ରୋଗରୁ ବଞ୍ଚିବା ପାଈଁ ଲୋକଙ୍କୁ ସଚେତନ କରିଥିଲେ। ଏହା ସହ ବାହାରକୁ ନଯିବା ପାଇଁ ସମସ୍ତେ ଶପଥ ନେଇଥିଲେ l ଆବଶ୍ୟକ ନଥିଲେ କେହି ଜଣେ ବି ବ୍ୟକ୍ତି ଗାଁ ବାହାରକୁ ନଯିବା ପାଇଁ କୁହାଯାଇଛି l ସେହିପରି ବ୍ଲକ ର ବିଭିନ୍ନ ଗ୍ରାମରେ ଅନୁରୂପ ଭାବେ ଯୁବକ ସଂଘ ଏବଂ ଗ୍ରାମବାସୀ ମାନେ ଲୋକ ମାନଙ୍କୁ ସଚେତନତା କରାଉଛନ୍ତି l


