ବୁଲା ଗୋରୁ ଗାଈମାନଙ୍କୁ ଖାଇବାକୁ ଦେଲେ ସ୍ୱପ୍ନାଙ୍କ ପରିବାର

ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ):ଲକ ଡାଉନ ପାଇଁ ନବରାତ୍ରିର ଶେଷ ଦିନରେ ଲୋକମାନେ ଦେବୀଙ୍କର ପୂଜା ଆରାଧନା ଘରେ କରୁଥିଲା ବେଳେ ଜଣେ ଯୁବତୀ ଓ ତାଙ୍କ ସାଥୀଙ୍କ କାର୍ଯ୍ୟ ସାଧାରଣରେ ପ୍ରସଂଶା ସାଉଁଟିଛି।ଚୌଦ୍ୱାର ପୌରପାଳିକା ଦୁଇ ନମ୍ବର ୱାର୍ଡ ସୁଶ୍ରୀ ସ୍ୱପ୍ନା ନାୟକ ଘରେ ନବରାତ୍ରୀ ପୂଜା କରିବା ପରେ ଶେଷ ଦିନରେ ଲକ ଡାଉନ ପାଇଁ ଖାଇବାକୁ ନ ପାଇ ଭୋକ ଉପାସରେ ରହୁଥିବା ଗୋରୁଗାଈ ଓ ବୁଲା କୁକୁରଙ୍କ ପାଇଁ ରନ୍ଧା ଖାଦ୍ୟ ଦେବାକୁ ନିଷ୍ପତି ନେଇଥିଲେ।ପ୍ରାୟ ତିନି ଶହ ରୁ ଉର୍ଦ୍ଧ ପ୍ରାଣୀଙ୍କ ପାଇଁ ରନ୍ଧା ଖାଦ୍ୟ ବନାଇ ସହର ସାରା ବୁଲି ବିଭିର୍ଣ୍ଣ ଜାଗାରେ ବୁଲୁଥିବା ଗୋରୁଗାଈ ଓ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇ ଥିଲେ।ଏଥିରେ ସ୍ୱପ୍ନା ଙ୍କୁ ସୂର୍ଯ୍ୟ ନାରାୟଣ ଦାସ, ସୋନାଲି ସଂଘମିତ୍ର।,ଆର ଜ୍ୟୋତି ପ୍ରକାଶ, ହୃଷୀକେଶ ମହାରଣା, ଚୁମି ମହାରଣା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ