ଶ୍ରୀନଗର ଅଶାନ୍ତ ,ସେନା ଉପରକୁ ପଥର ଆକ୍ରମଣ

ଜାମ୍ମୁ- କାଶ୍ମୀର ଶ୍ରୀନଗର ରେ ଅଶାନ୍ତ ପରିବେଶ ଦେଖାଦେଇଛି । ବୁଧବାର ସକାଳେ ଇଦଭଳି ପବିତ୍ର ପର୍ବରେ ମଧ୍ୟ ଆତଙ୍କବାଦୀ ମାନେ ବର୍ବରକାଣ୍ଡ ଘଟାଇଛନ୍ତି । ଆତଙ୍କବାଦୀ ମାନେ ଜଣେ ମହିଳାଙ୍କ ଘରେ ଅଚାନକ ପଶି ମହିଳାଙ୍କୁ ଗୁଳି କରି ହତ୍ୟା କରିଥିବା ଗୁଳି ମାଡରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତିି । ଆତଙ୍କବାଦୀ ମାନଙ୍କୁ କଡାମୁକାବିଲା କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆତଙ୍କବାଦୀ ମାନେ ଖୁଲାମାଖୁଲା ଚ୍ୟାଲେଞ୍ଜ କରୁଛନ୍ତି । ଯବାନ ମାନଙ୍କ ପକ୍ଷରୁ ଗୋଟିଏ ପଟେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଅନ୍ୟ ପଟେ ସୁରକ୍ଷା ଦାଇତ୍ୱରେ ଥିବା ଯବାନମାନଙ୍କ ଉପରକୁ ପଥର ଫିଙ୍ଗାଳି ମାନେ ଆକ୍ରମଣ କରିବା ସହ ଆଇଏସ ପତାକା ଦେଖାଇଛନ୍ତି ।ଆତଙ୍କବାଦୀ ଜାକିର ମୁସା ଓ ମାସୁଦ ଆଝାରର ପୋଷ୍ଟର ପ୍ରଦର୍ଶନ କରିବା ସହ ସେମାନେ ଆଇଏସ ପତାକା ମଧ୍ୟ ଉଡାଇଛନ୍ତି ।ପଥର ଫିଙ୍ଗାଳି ମାନଙ୍କୁ ଘଉଡାଇବା ପାଇଁ ସେନା ପକ୍ଷରୁ ଚେଷ୍ଠା କରାଯିବା ସହ କଡାକଡି ବ୍ୟବସ୍ଥା କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଇଦ ଅବସରରେ ଶ୍ରୀନଗର ଜାମିଆ ମସଜିଦରେ ଇଦ୍ ନମାଜ ପାଠ ପରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ଯବାନ ମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଗତ ମଙ୍ଗଳବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା ୩ ଜଣିଆ ପଥର ଫିଙ୍ଗାଳିଙ୍କୁ ଗିରଫ କରି ୧୦ ଦିନିଆ ରିମାଣ୍ଡରେ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ