ବାଞ୍ଛାନିଧି ଦାସ ଓ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟର ସହାୟତା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସାରା ଜିଲ୍ଲାରେ ଲକଡାଉନ ବ୍ୟବସ୍ଥା ଜାରିିରହିଥିବା ବେଳେ ଗରିବ ଓ ଦିନମଜୁରିଆ ଓ ଅସହାୟମାନଙ୍କୁ ଅସମୟରେ ସହାୟତାର ହାତ ବଢାଇଛି ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ । ଜିଲ୍ଲାର ଅଗ୍ରଣୀ ସେବା ସଂସ୍ଥା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟ ପୋଷକ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସଙ୍କ ଅନୁରୋଧକ୍ରମେ ଟ୍ରଷ୍ଟର ସଂଯୋଜକ ତଥା ସମାଜସେବୀ ପ୍ରଦୀପ କୁମାର ମହାନ୍ତି ଓ ପୂର୍ବତନ ସରପଂଚ ଚିତ୍ତରଞ୍ଜନ ଦାସ ରବିବାର ଶ୍ୟାମସୁନ୍ଦରପୁର ପଂଚାୟତର ମଡରପୁର ମୁଣ୍ଡାବସ୍ତିରେ ରହୁଥିବା ଗରୀବ ତଥା ଦିନମଜୁରିଆ ଅନୁସୂଚିତ ଜନଜାତିର ଲୋକମାନଙ୍କୁ ଅଟା, ଚୁଡା ଓ ବିସ୍କୁଟ ପ୍ରଭୃତି ଶୁଖିଲା ଖାଦ୍ୟ ବୀତରଣ କରିଥିଲେ । ଏହି କାର୍ଯ୍ୟ ଲକଡାଉନ ଥିବା ଯାଏ ଜିଲ୍ଲାର ବିଭିନ୍ନ ଅଚଂଳରେ ଜାରି ରହିବ ବୋଲି ସଂଯୋଜକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।


