ଡୁଙ୍ଗରୀରେ ଲାଗିଲା ନିଆଁ। ନିୟନ୍ତ୍ରଣ କଲେ ବହଳଦା ରେଞ୍ଜ ବନ କର୍ମଚାରୀ

ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ମଧ୍ୟରେ ଥିବା ନେସାବନ୍ଧ ନିକଟରେ ସଂଲଗ୍ନ ଭାବେ ଥିବା ହେରୋ ଡୁଙ୍ଗରୀରେ କେହି ଦୂର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ।ଖବର ପାଇ ବହଳଦା ବନ ବିଭାଗ ବନରକ୍ଷୀ ଶ୍ରୀମତୀ ଶୁଭଶ୍ମିତା ଗିରିଙ୍କ ତତ୍ବାବଧାନରେ ପାରାଷ୍ଟାଫ୍ ଇନ୍ଦ୍ରାୟ ମୁର୍ମୁ,ସୁମିତ ବିହାରୀ,ସୁବ୍ରତ ବେହେରା,ବସନ୍ତ ମଣ୍ଡଳ,ଦୀନବନ୍ଧୁ ପାତ୍ର,ଆନୋ ହାଁସଦାଃ,ବିଭୂଦତ୍ତ ମହାନ୍ତ,ଶିବ ମାର୍ଣ୍ଡି, ମନୋଜ ମହାନ୍ତ ଓ ପ୍ରେମଚାନ୍ଦ ମୁର୍ମୁ ପ୍ରମୁଖ ପହଞ୍ଚି ନିଆଁ ବ୍ୟାପି ଅଧିକ କ୍ଷୟକ୍ଷତି କରିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିଥିଲେ।ନିଆଁ ଲାଗିଥିବା ଅଞ୍ଚଳରେ ଏୟାରଗନ୍ ଓ ଡାଳ ପତ୍ରରେ ପିଟିଛାଟି ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।ତେବେ ସାଧାରଣ ଲୋକଙ୍କୁ ଜଙ୍ଗଲ ତଥା ଛୋଟମଟ ଡୁଙ୍ଗରୀ ଓ ବିଲବାଡି ଗୁଡିକରେ ନିଆଁ ନ ଲଗାଇବାକୁ ସବୁବେଳେ ସଚେତନ କରାଯିବା ସହିତ ତୀକ୍ଷଣ ନଜର ରଖାଯିବା ସତ୍ବେ ଗ୍ରାମିଣ ଲୋକେ ଅବା ଦୂର୍ବୃତ୍ତ ମାନେ ଜଙ୍ଗଲ ଅଞ୍ଚଳ ଗୁଡିକରେ ନିଆଁ ସଂଯୋଗ କରୁଥିବାରୁ ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।ତେବେ ବନବିଭାଗ ଏଥିପ୍ରତି ସଜାଗ ରହିଥିବାରୁ ଖବର ପାଇଲା ମାତ୍ରେ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରାଯାଉଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ