ଘରେଘରେ ଜଳିଲା ଦୀପ ବାଜିଲା ଶଙ୍ଖ,ଘଣ୍ଟ

ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ସମଗ୍ର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ’ଙ୍କ ଆହ୍ବାନରେ ରାତ୍ରୀ ୯’ଘଣ୍ଟା ସମୟରୁ ୯’ମିନିଟ ପର୍ଯ୍ୟନ୍ତ ଘରେ ଥିବା ସମସ୍ତ ଲାଇଟ ବନ୍ଦ କରିବା ସହିତ ଘରର ଛାତ,ବାଲକୋନୀ,ବାରଣ୍ଡା ଓ ପିଣ୍ଡା ଗୁଡିକରେ ଲୋକେ ଦୀପ ଜାଳିବା ସହିତ ଶଙ୍ଖ ଫୁଙ୍କିବା ସହିତ ଘଣ୍ଟଘଣ୍ଟା ବଜାଇଥିଲେ କେତେକ ସ୍ଥଳେ ବାଣ ମଧ୍ୟ ଫୁଟିଥିଲା ଫଳରେ ଦୀପାବଳୀର ଭ୍ରମ ସୃଷ୍ଟି ହୋଇଥିଲା।ସମଗ୍ର ବହଳଦା ବଜାର ଅଞ୍ଚଳ ଦୀପମୟ ହୋଇଥିଲାବେଳେ ଶଙ୍ଖନାଦ ସହ ସଂକିର୍ତ୍ତନ ଓ ଘଣ୍ଟଘଣ୍ଟା ବଜାଇ କରୋନା ମହାମାରୀ ବିରୁଦ୍ଧରେ ସାଧାରଣ ଜନତା ଏକଜୁଟ ହେବା ସହିତ ସମ୍ମାନ ପ୍ରଦର୍ଶନ କରିଥିଲେ। ବହଳଦା,ବାସିଙ୍ଗି,ଗମ୍ଭାରିଆ,ଝରାଡିହି,ହେଁସଡା,କୁଲଗୀ,ଯଶିପୁର,ଗିଦିଘାଟୀ,ତାରଣା,ବିଞ୍ଝୁଆ,ଶଶ,କୁମ୍ଭିରଦା,ପାହାଡପୁର,ଅଁଳାଯୋଡି,ଇନ୍ଦଖୋଳି,ବଡପଳସା,ଝାଡଗାଁ,କାଙ୍କି,ବଡ ଡାଳିମା,ରେଙ୍ଗାଳବେଡା,ତିରିଂ,ଧରମଡିହି,ନୂଆଗାଁ,ରତନସାହି ସମେତ ବିଭିନ୍ନ ଗ୍ରାମ ଗୁଡିକରେ ଘରର ସମସ୍ତ ଲାଇଟ ବନ୍ଦ କରାଯିବା ସହିତ ନିଜନିଜ,ଛାତ,ବାଲକୋନି,ଝରକା ଓ ଘର ସମ୍ମୁଖରେ ଦୀପ,ମହବତୀ,ଟର୍ଚ୍ଚ ଲାଇଟ ଓ ମୋବାଇଲ ଲାଇଟ ଜଳାଇବା ସହ ଶଙ୍ଖ ଓ ଘଣ୍ଟଘଣ୍ଟା ବଜାଇ ମନ୍ତ୍ର ଉଚ୍ଚାରଣ ଓ ପ୍ରାର୍ଥନା କରିଥିଲେ।ବିଭିନ୍ନ ସାହି,ବସ୍ତିରେ ସଙ୍କିର୍ତ୍ତନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ