ଆଇସିୟୁର ଭର୍ତ୍ତି ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

ବ୍ରିଟେନ୍‌ : କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତକାଲି ଜନସନ୍‌ଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସୂଚନାଯୋଗ୍ୟ, ୧୦ ଦିନ ତଳେ ଅର୍ଥାତ୍‌ ମାର୍ଚ୍ଚ ୨୭ ତାରିଖରେ ଜନସନ୍‌ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଥିଲେ । ଏହା ପରେ ସେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ଭିଡିଓ କନ୍‌ଫରେନ୍ସି ଜରିଆରେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ହସ୍ପିଟାଲରେ ରହିଥିବାରୁ ତାଙ୍କ ସ୍ଥାନରେ ବୈଦେଶିକ ସଚିବ ତାଙ୍କ ଦାୟିତ୍ବ ସମ୍ପାଦନ କରିବେ । ବୋରିସ୍‌ ଆଇସିୟୁରେ ଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୀଘ୍ର ଆରୋଗୀ ଲାଭ କରିବାକୁ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ