ଚଳିତ ବର୍ଷର ଦ୍ୱିତୀୟ ସବୁଠାରୁ ବଡ଼ ଅପନର୍ ଫିଲ୍ମ ‘ଭାରତ’
ଇଦ୍ ଅବସରରେ ରିଲିଜ୍ ହୋଇଥିବା ସଲମାନ ଖାଁଙ୍କ ଫିଲ୍ମ ‘ଭାରତ’ ବଡ ପରଦାରେ ରିଲିଜ ହୋଇସାରିଛି । ଏହି୍ ଫିଲ୍ମ ଦର୍ଶକ ମାନଙ୍କ ରେସପନ୍ସ ଭଲ ରହିଛି । ଅଲଗା ଅଲଗା ଟ୍ରେଡ ଅନୁସାରେ ଫିଲ୍ମର ଦ୍ୱୀତିୟ ଦିନରେ ୨୮ରୁ ୩୦କୋଟି ଟଙ୍କା ଆୟ କରିପାରେ ବୋଲି କୁହାଯାଉଛି। ଯଦି ଏଭଳି ହୁଏ ତା’ହେଲେ ୨ୟ ଦିନରେ ଫିଲ୍ମ ୭୦ କୋଟି ଆୟ କରିବ। ତେବେ ୩ଦିନ ଭିତରେ ଶହେ କୋଟି ପାର କରିବାର ଭାରତ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିସହ ଏହି ଫିଲ୍ମ ଚଳିତ ବର୍ଷର ଦ୍ୱିତୀୟ ସବୁଠାରୁ ବଡ଼ ଅପନର୍ ଭାବେ ସାମ୍ନାକୁ ଆସିଛି। ପ୍ରଥମ ନମ୍ବରରେ ହଲିଉଡର ଫିଲ୍ମ ଏଭେଞ୍ଜର୍ସ ଏଣ୍ଡଗେମ୍ ରହିଛି। ତେବେ ୩ ଦିନରେ ହିଁ ‘ଭାରତ’ ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ପୂର୍ବାନୁମାନ କରିଛନ୍ତି।


