ଗଜପତିରେ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କରୋନାର କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଆଜି ୮ତାରିଖ ଠାରୁ ଜନ ସାଧାରଣଙ୍କ ସେବା ପାଇଁ କାର୍ଯ୍ୟାରମ୍ଭ ହୋଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଆନୁଷ୍ଠାନିକ ଭାବେ ଏହାକୁ ସାଧାରଣଙ୍କ ସେବା ପାଇଁ ଲୋକାର୍ପିତ କରି କହିଛନ୍ତି,୧୦୦ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର ଡାକ୍ତରଖାନାରେ ଆସିୟୁ ପାଇଁ ଆଧିକା୧୦ ଶଯ୍ୟା ମୋଟ ୧୧୦ ଶଯ୍ୟା ରହିଛି । କରୋନାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଏକ ବଳିଷ୍ଠ ପଦକ୍ଷେପ । ଆଜି ଠାରୁ ଏଠାରେ ଲୋକଙ୍କୁ ସେବା ଦିଆଯିବା ଆରମ୍ଭ ହେବ । ଏହାର ସମସ୍ତ ଦାୟୀତ୍ୱ ହାଇଟେକ୍ ଗୃପ୍‌କୁ ଦିଆଯାଇଛି । ଏଠାରେ ମୋଟ ୬୩ ଜଣ କର୍ମଚାରୀ ଯଥା, ଡାକ୍ତର,ଟେକନିସିଆନ୍ ଏବଂ ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକୀୟ କର୍ମଚାରୀ ହାଇଟେକ୍ ଦ୍ୱାର ନିୟୋଜିତ ହୋଇଛନ୍ତି । ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଏ ନେଇ କହିଛନ୍ତି ଗଜପତି ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଏହି କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନାର ଦାୟିତ୍ୱ ହାଇଟେକ୍‌କୁ ଦେଇଛନ୍ତି । ସେଥି ପାଇଁ ମୁଁ ଧନ୍ୟବାଦ ଅର୍ପଣ କରୁଛି । ଲୋକଙ୍କୁ ଆବଶ୍ୟକ ସେବା ଯୋଗାଇବା ଆମର ମୁଳଲକ୍ଷ୍ୟ । ଏହି ଅବସରରେ ଜିଲ୍ଲାସ୍ତରୀୟ ବହୁ ପଦାଧିକାରୀ ଓ ହାଇଟେକ୍‌ର ବହୁ କର୍ମକର୍ତ୍ତା,ଡାକ୍ତର ଉପସ୍ତିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ