ଝରାଡିହି ଫାଣ୍ଡି ପୋଲିସର ଡାକବାଜି ଯନ୍ତ୍ର ଦ୍ବରା ଲୋକଙ୍କୁ ସଚେତନ ଚେତାବନୀ ଦିଆଯାଇଛି
ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅଧିନସ୍ଥ ଝରାଡିହି ଫାଣ୍ଡି ପୋଲିସ ଦ୍ବାରା ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯିବା ସହିତ ଚେତାବନୀ ଦିଆଯାଇଛି।ତିରିଂ’ଥାନା ଅଞ୍ଚଳରେ ଥିବା ବହଳଦା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ଗ୍ରାମଗୁଡିକରେ ଝରାଡିହି ଫାଣ୍ଡି ପୋଲିସ ଡାକବାଜି ଯନ୍ତ୍ର ମାଇକ’ ଦ୍ବାରା ବିଭିନ୍ନ ଗ୍ରାମଗୁଡିକରେ ବୁଲି ଲୋକଙ୍କୁ ସଚେତନ କରିବା ସହିତ ଚେତାବନୀ ଦେଇଛନ୍ତି।ଏଥିରେ ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି’ଙ୍କ ସହିତ ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଧାର ତାଙ୍କ ସମର୍ଥକ ଓ କର୍ମଚାରୀ’ଙ୍କ ସହ ମିଳିତ ଭାବେ ମୋଟର ସାଇକଲ ଯୋଗେ ପଟୁଆରରେ ବିଭିନ୍ନ ଗ୍ରାମକୁ ବୁଲିଥିଲେ।ଡାକବାଜି ଯନ୍ତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ କରୋନା ଭୂତାଣୁର ସଙ୍କ୍ରମଣରୁ ବର୍ତ୍ତିବାକୁ ଘରେ ରୁହନ୍ତୁ ସୂରକ୍ଷିତ ରହନ୍ତୁ,ସାମାଜିକ ଦୂରତା ରକ୍ଷା କରନ୍ତୁ,ଅଯଥାରେ ବା ବିନା କାରଣରେ ବଜାରକୁ ବାହାରନ୍ତୁ ନାହିଁ ନଚେତ ପୋଲିସର କାର୍ଯ୍ୟାନୁଷ୍ଠାନର ସମ୍ମୁଖିନ ହେବେ,ମୋଟର ସାଇକଲ କିମ୍ବା ଚାରିଚକିଆ ଯାନରେ ଅଯଥାରେ ବାହାରକୁ ଯାଆନ୍ତୁ ନାହିଁ,ପୋଲିସ ଦ୍ବାରା ଧରା ପଡିଲେ ମୋଟର ସାଇକଲ ଅବା ଚାରିଚକିଆ ଯାନକୁ ଜବତ କରାଯିବ ବୋଲି ଚେତାବନୀ ଦିଆଯାଇଛି ଏବଂ ଗ୍ରାମର ଛୋକ ତଥା ଦୋକାନ କାନ୍ଥ ଗୁଡିକରେ ସଚେତନ ସମ୍ବନ୍ଧିୟ ପ୍ରଚାରପତ୍ର ଲଗାଯାଇଛି ।ସଚେତନ କରାଯିବା ସହିତ ପୋଲିସ ପେଟ୍ରୋଲିଂ କରି ଲୋକଙ୍କୁ ଚେତାବନୀ ଦିଆଯିବା ସତ୍ବେ ବେଳେବେଳେ ଲୋକଡାଉନ ଉଲ୍ଲଂଘନ କରାଯାଉଥିବାରୁ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ଚେତାବନୀ ଦିଆଯାଇଛି ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଥିଲେ ଏବଂ ଝରାଡିହି ସରପଞ୍ଚ ତାଙ୍କ ନିଜ ଉଦ୍ୟମରେ ଲୋକଡାଉନ ଘୋଷଣା ହେବା ପରଠାରୁ ପୋଲିସ ବିଭାଗକୁ ଉତ୍ସାହିତ କରିବା ସହିତ ସହଯୋଗ କରି ଆସୁଥିବାରୁ ତାଙ୍କୁ ସାଧୁବାଦ ଜଣାଇଥିଲେ।ତେବେ ଏହି ସଚେତନତା ରାଲିରେ ଝରାଡିହି,ଗିଦିଘାଟୀ,ବଡପଳସା,ଯଶିପୁର,ଭିତରାମଦା ଓ ଅସନା ଗ୍ରାମପଞ୍ଚାୟତର ବିଭିନ୍ନ ପ୍ରମୁଖ ଗ୍ରାମ ଗୁଡିକରେ ପ୍ରଚାର କରାଯାଇଥିଲା।ଓ୍ବାର୍ଡ ମେମ୍ବର ବନମାଳୀ ସି ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲେ।