“ଶଙ୍ଖକ୍ଷେତ୍ର ପୁରୀକୁ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ାଯାଉ’

ପୁରୀ (ଜୁଗାବ୍ଦ ନ୍ୟୁଜ୍‍):: ଫାନି ବାତ୍ୟାକୁ ବିତିଲାଣି ମାସେରୁ ଉଦ୍ଧ୍ୱର୍ ସମୟ । କିନ୍ତୁ ଏପର୍ଯ୍ୟନ୍ତ ସ୍ୱାଭାବିକ୍ ହୋଇପାରିନି ପୁରୀ ଜିଲ୍ଲା । ଏବେ ବି ଚାରିଆଡ଼େ ଅନ୍ଧାର । କ୍ଷେତ, ବଗିଚା, ଗଛସବୁ ଛାରଖାର । ପୁରୀ ଜିଲ୍ଲାର ୧୧ଟି ବ୍ଲକ୍ରେ ବିପନ୍ନଙ୍କ ଯନ୍ତ୍ରଣା ଅବର୍ଣ୍ଣନୀୟ ବୋଲି ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ମେଜର ଜେନେରାଲ, ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ, ଚିଫ୍ କମାଣ୍ଡର କୃଷକ ଲକ୍ଷ୍ମଣ ଦାସ, କମାଣ୍ଡର ଲଲାଟେନ୍ଦୁ ମିଶ୍ର ମିଳିତ ମତବ୍ୟକ୍ତ କରିଛନ୍ତି । ପ୍ରଥମେ ରାସନ୍କାର୍ଡ ହିତାଧିକାରୀଙ୍କୁ ୭୦କୋଟି ଟଙ୍କା, ପରେ ବିନା ରାସନକାର୍ଡବାଲାଙ୍କୁ ୩୦କୋଟି ଟଙ୍କା ବାଣ୍ଟିଛନ୍ତି । ଏବେବି ବିନା କାର୍ଡଧାରୀଙ୍କୁ ଚାଉଳ ଗଣ୍ଡାଏ ମିଳିଲାନାହିଁ । ଏଣେ ସପ୍ଲାଏ ଗୋଦାମରେ ଚାଉଳ ପୋକଖାଇ ଖତ ଖାଉଛି । ଜିଲ୍ଲାର ୩ଲକ୍ଷ ବିଜୁଳି ଗ୍ରାହକଙ୍କ ଘରକୁ ପ୍ରାୟ ୮୦ଭାଗ ବିଜୁଳି ଅପହଞ୍ଚ । ବହୁ ବିଦ୍ୟାଳୟ ଭାଙ୍ଗିଯାଇଛି । ଯାହାବି ଅଛି ସେଠାରେ ବିପନ୍ନମାନେ ଆଶ୍ରୟ ନେଇଛନ୍ତି । ସ୍କୁଲ୍ ସବୁ ଜୁନ୍ ୧୯ରେ ଖୋଲିବ । ପିଲା ପଢିବେ କେଉଁଠି? ଜୁଲାଇ ୪ରେ ରଥଯାତ୍ରା । କୋଟିକୋଟି ଟଙ୍କାରେ ନବକଳେବର ବେଳେ ନିର୍ମିତ ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ପୁରୀ ରେଳ ଷ୍ଟେସନ ଧ୍ୱସ୍ତବିଧ୍ୱସ୍ତ, ଏଣେ ହୋଟେଲ ଶିଳ୍ପ ବିପର୍ଯ୍ୟସ୍ତ । ରଥଯାତ୍ରା ବେଳକୁ ୮-୧୦ଲକ୍ଷ ଲୋକ ଆଶ୍ରୟ ନେବେ କେଉଁଠି? ବର୍ତ୍ତମାନ କେହି କାହାକଥା ଶୁଣିବାକୁ ନାହିଁ । ସମସ୍ତେ ହାତଟେକି ଦେଉଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଅସଜଡ଼ା ପୁରୀକୁ ସଜାଡିବାକୁ ହେବ । ବର୍ଷା ପୂର୍ବରୁ ମୁଣ୍ଡ ଉପରେ ଛାତ ନିହାତି ଦରକାର । ସରକାରୀ ମାଲଖାନାରେ ପଡିରହିଥିବା ରିଲିଫ୍ ସାମଗ୍ରୀକୁ ଦରକାରବେଳେ ଦିଆହେଉନାହିଁ । ତୁରନ୍ତି ବିପନ୍ନଙ୍କୁ ଦେବାର ବନ୍ଦୋବସ୍ତ କରାଯାଉ । ଅତ୍ୟନ୍ତ ଆବଶ୍ୟକ ବିଜୁଳି ପାଣି ଯୋଗାଯାଉ । ସ୍ଥାନୀୟ ପ୍ରଶାସନ ସ୍ୱେଛାସେବୀଙ୍କୁ ସାଥିରେ ଧରି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି । । ପୁରୀ ଗଜପତି ଏ ଦାରୁଣ ବିପତିବେଳେ ଲୋକଙ୍କ ସହିତ ରହି ସରକାରଙ୍କୁ ତାଗିଦ୍ କରିବାପାଇଁ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ପକ୍ଷରୁ ଗତ ୨୭ ତାରିଖ ନିବେଦନ ପତ୍ର ଦିଆଯାଇଥିଲା । ଏଥିପ୍ରତି ଗଜପତି ମହୋଦୟ ତୁରନ୍ତ ଦୃଷ୍ଟି ଦିଅ”ୁ । ପୁଣି ଜୁନ୍ ୫ ତାରିଖ କାଳବୈଶାଖୀରେ ପୁରୀ ଛିନ୍ଛତ୍ର ହୋଇଗଲା । ଅଧା ସଜଡା ଘର ଓ ଦୋକାନକୁ ଅସଜଡ଼ା କରିଦେଲା । ଏମିତି ଡହଳବିକଳ କେବେ ହୋଇନଥିଲେ ପୁରୀବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ