ବାଞ୍ଛାନିଧି ଦାସ ଓ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସାରା ଜିଲ୍ଲାରେ ଲକଡାଉନ ବ୍ୟବସ୍ଥା ଜାରିିରହିଥିବା ବେଳେ ଗରିବ, ଦିନମଜୁରିଆ ଓ ଅସହାୟମାନଙ୍କୁ ଅସମୟରେ ସହାୟତାର ହାତ ବଢାଇଛି ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ । ସେବା ସଂସ୍ଥା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଂଯୋଜକ ତଥା ସମାଜସେବୀ ପ୍ରଦୀପ କୁମାର ମହାନ୍ତି ଓ ପୂର୍ବତନ ସରପଂଚ ଚିତ୍ତରଞ୍ଜନ ଦାସ ଶୁକ୍ରବାର ଡେରାବିଶି ବ୍ଲକ ଅନ୍ତର୍ଗତ ଝିଙ୍କଡି ଗୋବରୀ କେନାଲବନ୍ଧ ରାସ୍ତା କଡରେ ଥିବା ମୁଣ୍ଡାବସ୍ତିରେ ରହୁଥିବା ଗରୀବ ତଥା ଦିନମଜୁରିଆ ଅନୁସୂଚିତ ଜନଜାତିର ଲୋକମାନଙ୍କୁ ଅଟା ଓ ଚୁଡା ପ୍ରଭୃତି ଶୁଖିଲା ଖାଦ୍ୟ ବୀତରଣ କରିଥିଲେ । ଏହି କାର୍ଯ୍ୟ ଲକଡାଉନ ଥିବା ଯାଏ ଜିଲ୍ଲାର ବିଭିନ୍ନ ଅଚଂଳରେ ଜାରି ରହିବ ବୋଲି ସଂଯୋଜକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ