ଜିଲ୍ଲା ପରିଷଦ ସଭାପତିଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) – ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ – ୧୯ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ସଭାପତି ପରିଡା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ମେଡିକାଲ) ଡା.କିଶୋର କୁମାର ଆଚାର୍ଯ୍ୟଙ୍କ କାର୍ଯ୍ୟାଳୟରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମସ୍ତ ବିଷୟ ପଚାରି ବୁଝିଥିଲେ । ଏଥିସହିତ ଆଉ କ’ଣ କ’ଣ ଆବଶ୍ୟକତା ରହିଛି ସେସବୁ ବିଷୟରେ ମଧ୍ୟ ବୁଝିଥିଲେ । ଆବଶ୍ୟକତା ଅନୁଯାଇ ଡାକ୍ତରଖାନାରେ ଜରୁରୀ ଉପକରଣ ଗଛିତ ରଖିବା ଓ ଜିଲ୍ଲାର ସମସ୍ତ ପିଏଚସି ଏବଂ ସିଏଚସି ଗୁଡିକୁ ଉପକରଣ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାପରେ କରୋନା କଲ ସେଂଟର,ଆଇସୋଲେସନ ୱାର୍ଡ,କରୋନା କର୍ଣ୍ଣର ପ୍ରଭୃତି ବୁଲି ଦେଖିଥିଲେ । ଡାକ୍ତରଖାନାରେ କେତେକ ୱାର୍ଡରେ ବୁଲି ରୋଗୀମାନଙ୍କୁ ଭେଟି ସୁବିଧା ଓ ଅସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।


