ଲକ ଡାଉନକୁ ମାନୁ ନାହାନ୍ତି ଅଧିକାରୀଙ୍କ ଅଗୋଚରରେ ଚାଲିଛି ଗୋଷ୍ଠୀ କେନ୍ଦ୍ର ନିର୍ମାଣ କାର୍ଯ୍ୟ

ନାଉଗାଁ, (ଓ୍ବାଇଏନ୍ଏସ୍) :ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଚାଲିଛି କଲ ଡାଉନ । ଏହି ଲକ ଡାଉନ ସମୟରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ବନ୍ଦ ରଖାଯାଇଛି । କିନ୍ତୁ କିଛି ବ୍ୟକ୍ତି ଏହି ନିୟମକୁ ନ ମାନି ସରକାରୀ ପ୍ରକଳ୍ପ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନାନୁଯାୟୀ ନାଉଗାଁ ପଂଚାୟତର ଅବଦଲପୁର ଗ୍ରାମରେ ଆମଗାଁ ଆମ ବିକାଶ ଯୋଜନାରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି । ଏହି ନିର୍ମାଣ କାର୍ଯ୍ୟ କରିବା ପାଇଁ ପଂଚାୟତର କାର୍ଯ୍ୟ ନିର୍ବାହି ଅଧିକାରୀ ଅମର ମଲ୍ଲିକଙ୍କ ନାମରେ ନିର୍ଦ୍ଦେଶାନାମା ରହିଛି । ଏହି ଗୋଷ୍ଠୀ କେନ୍ଦ୍ରର ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା ରହିଥିବା ଜଣାଯାଇଛି । ଲକ ଡାଉନ ପୂର୍ବରୁ ଏହି କେନ୍ଦ୍ରଟିକୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କେନ୍ଦ୍ରଟିର ଡିପିସି ପର୍ଯ୍ୟନ୍ତ ନିର୍ମାଣ ହୋଇ ସାରିବା ପରେ ଲକ ଡାଉନ ପାଇଁ କେନ୍ଦ୍ର କାର୍ଯ୍ୟ ବନ୍ଦ ରଖାଯାଇଥିଲା । କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ଲକ ଡାଉନ ଥିବା ସମୟରେ ଚତୁରତାର ସହିତ ଉକ୍ତ କେନ୍ଦ୍ର କାର୍ଯ୍ୟ କରିଥିବା ଜଣାଯାଇଛି । କେନ୍ଦ୍ର ନିର୍ମାଣ ସମୟରେ ଏକାଧିକ ଶ୍ରମିକ ଲଗାଯାଇଥିବା ଜଣାଯାଇଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଅତି ତରବରିଆ ଭାବେ ନିମ୍ନମାନର କାର୍ଯ୍ୟ ହୋଇଥିବା ଜଣାଯାଇଛି । ସରକାରଙ୍କ ନିୟମାନୁସାରେ ସରକାରୀ କାର୍ଯ୍ୟରେ ପ୍ଳାଏ ଆସ ଇଟା ବ୍ୟବହାର କରିବାର ନିୟମ ରହିଥିଲେ ମଧ୍ୟ ଏହି କେନ୍ଦ୍ରଟି ସଂପୂର୍ଣ୍ଣ ପୋଡା ଇଟାରେ ନିର୍ମାଣ କରାଯାଇଛି । ସବୁଠାରୁ ବଡକଥା ହେଲା ବିଭାଗୀୟ ଯନ୍ତ୍ରୀ ଓ ନିର୍ଦ୍ଦେଶାନାମା ଥିବା ପଂଚାୟତର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଗୋଚରରେ ଏହି କାର୍ଯ୍ୟ କିଏ କଲା ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ଏହା ଅତି ନିମ୍ନମାନର ହୋଇଥିବା ଜଣାଯାଇଛି । ଯାହାକି କେନ୍ଦ୍ରଟିର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ନାମରେ କାର୍ଯ୍ୟ ଥାଇ କିପରି ତାଙ୍କ ଅଗୋଚରେ କାର୍ଯ୍ୟ କରାଗଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଏହି କେନ୍ଦ୍ର ଲକ ଡାଉନ ସମୟରେ କାହା ନିର୍ଦ୍ଦେଶରେ କରାଯାଇଛି ତାହାକୁ ତଦନ୍ତ କରିବା ସହିତ ନିମ୍ନମାନର କାର୍ଯ୍ୟ ପ୍ରସଙ୍ଗରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବି ଜିଲ୍ଲା ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏବିଷୟରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମର ମଲ୍ଲିକଙ୍କୁ ପଚାରିବାରୁ କାର୍ଯ୍ୟ ଚାଲି ଥିବା ବିଷୟରେ ସେ ଅବଗତ ନଥିବା କହିଛନ୍ତି । ସେହିପରି ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁଙ୍କୁ ପଚାରିବାରୁ ଗୃହଟି ଡିପିସି ପର୍ଯ୍ୟନ୍ତ ନିର୍ମାଣ କରାଯାଇାବନ୍ଦ ରଖାଯାଇଥିଲା । ଅବଶିଷ୍ଟ କାର୍ଯ୍ୟ କେବେ ହୋଇଛି ସେ ବିଷୟରେ ମୁଁ ଜାଣି ନାହିଁ । ଅଭିଯୋଗ ପାଇବା ପରେ ମୁଁ ଯାଇ କେନ୍ଦ୍ର କାର୍ଯ୍ୟଟିକୁ ବନ୍ଦ ରଖିଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ