ହୃଦ୍ଘାତରେ ବରିଷ୍ଟ ନାଗରିକଙ୍କ ମୃତ୍ୟୁ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ଶୁକ୍ରବାର ବିଳମ୍ବିତ ରାତିରେ ବରିଷ୍ଟ ନାଗରିକ ବାନାମ୍ବର ପୃଷ୍ଟି(୭୨)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେହିଭଳି ବିଷଧର ସାପ କାମୁଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହି ଘଟଣାରେ କୋଣାର୍କ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଥାନାଛକ ନିକଟ ବ୍ୟାଙ୍କ ଗଳିରେ ସପରିବାର ରହୁଥିବା ବାନାମ୍ବର ରାତି ପ୍ରାୟ ୨ଟାରେ ଘର ବାହାରେ ପରିସ୍ରା କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ଅଚେତ ହୋଇ ତଳେ ପଡିଯାଇଥିଲେ । ଖବର ପାଇ କୋଣାର୍କ ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଘଟଣା ସ୍ଥଳରେ ପହଞ୍ଚି ବାନାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ କୌଣସି ବିଷଧର ସାପ କାମୁଡଥିବା ଅଗ୍ନିଶମ ଅଧିକାରୀ ଶ୍ରୀରଥ ସୂଚନା ଦେଇଛନ୍ତି । ସେହିଭଳି ସେହି ଗଳିର ଚିନ୍ମୟ ମହାରଣା(୨୮)ଙ୍କୁ ବିଳମ୍ବିତ ରାତିରେ ସାପ କାମୁଡିବାରୁ ତାଙ୍କୁ ଗୋପ ଅଣାଯାଇଥିଲା । ପରେ ଅବସ୍ଥା ଗରୁତର ହେବାରୁ ଚକିିତ୍ସା ନିମନ୍ତେ ଆମ୍ବୁଲାନସ ଯୋଗେ ଭୁବନେଶ୍ୱର ପଠାଯାଇଛି ।