ଏସିବି ଫାଉଣ୍ଡେସନ ପକ୍ଷରୁ ମାସ୍କ ଓ ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡ଼ିହି- (ଓ୍ବାଇଏନ୍ଏସ୍) : କରୋନା ଭୁତାଣୁ ସଂକ୍ରମଣକୁ ରୋକିବାପାଇଁ ଏସିବି ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନ କରାଇବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ଏବିଇଓ ସୁରଥ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହିତ ‘ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ ବୋଲି ସଚେତନ କରାଇବା ସହିତ ଲୋକମାନଙ୍କୁ ମାସ୍କ, ସବୁବେଳେ ହାତଧୋଇବାପାଇଁ ସାବୁନ ଆଦି ବଣ୍ଟନ କରିଥିଲେ । ସେହିପରି ଗରିବ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ ଆଦି ସୁଖିଲା ଖାଦ୍ୟମାନ ବଣ୍ଟନ କରିଥିଲେ । ପୁରୁଷୋତ୍ତମ ସାହୁ, ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ର କୁମାର ବେହେରା, କେଶବ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ବେହେରା, ସୁଧାଶୁଂ କୁମାର ଦାଶ, ପ୍ରଶାନ୍ତ କୁମାର ବେହେରା, ପ୍ରଙ୍କଜ କୁମାର ତ୍ରିପାଠୀ, ଚନ୍ଦ୍ରମଣି ବେହେରା ପ୍ରମୁଖ କୁରାଢ଼ିଘସା, କାହାଳିଆଗଡିଆ, ଝୁଣାବାଡି ଗ୍ରାମରେ ଘରଘର ବୁଲି ଲୋକମାନଙ୍କୁ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ