ଗ୍ରାମ ବିଶୋଧନ କଲେ ଯୁବଗୋଷ୍ଠୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ନାନାବିଧି ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିସ୍ଥିତିରେ ଗ୍ରାମର ଯୁବକ ମାନେ ଆଗକୁ ବାହାରି ଗାଁ ପରିବେଶକୁ ସୁସ୍ଥ ରଖିବା ପାଇଁ ପ୍ରୟାସ କରିଛନ୍ତି । ବନ୍ତ ପଞ୍ଚାୟତ ୭ନଂ.ୱାର୍ଡ ସଖିପାଟଣା ଗ୍ରାମର ୱାର୍ଡ ସଭ୍ୟା ଗୀତାଞ୍ଜଳୀ ବାରିକଙ୍କ ତତ୍ତ୍ୱାବଧାନରେ ଗ୍ରାମର ଯୁବଗୋଷ୍ଠୀ ମାନେ ଗାଁ ପରିସର ଓ ନାଳନର୍ଦ୍ଦମାକୁ ସଫା କରିବା ସହ ଚାରିଆଡେ ଫିନାଇଲ୍ ସିଞ୍ଚନ୍ କରି ବିଶୋଧନ କରିଛନ୍ତି । ସଫେଇ କାର୍ଯ୍ୟ ବେଳେ ସମସ୍ତ ଯୁବକ ମାନେ ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବା ସହ ମୁହଁରେ ମାକ୍ସ ପିନ୍ଧି ଥିବାର ଦେଖାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସାଧନ ପ୍ରଶିକ୍ଷକ ପ୍ରଫୁଲ୍ଲ ଦାସ, ଘନଶ୍ୟାମ ବେହେରା, ଗୁରୁ ଚରଣ ବେହେରା, ସଂଜୀବ୍ କୁମାର ସାହୁ, ଗଗନ ବେହେରା, ବିଷ୍ଣୁ ମୋହନ ପଢିଆରୀ, ଲକ୍ଷ୍ମୀଧର ବାରିକ, ବାସୁଦେବ ବାରିକ, ଲିଟୁ ଦାସଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ । ଏହି ମହତ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ