ଭୁଲ୍ ମାନିଲେ ପ୍ରଶାନ୍ତ ଭୂଷଣ ମାମଲା ପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ(ଏଜେନ୍ସି): କେନ୍ଦ୍ର ସରକାରଙ୍କ ବିରୋଧରେ ଭ୍ରମାତ୍ମକ ମନ୍ତବ୍ୟ ଦେଇ ମାନହାନୀ ମାମଲାରେ ଫସିଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗୁରୁବାର ନିଜ ଭୁଲ ସ୍ୱୀକାର କରିଛନ୍ତି । ଆଜି ସେ ସୁପ୍ରିମକୋର୍ଟରେ ଉପସ୍ଥିତ ହୋଇ ବିଚାରପତି ଅରୁଣ ମିଶ୍ର ଓ ନବୀନ ସିହ୍ନାଙ୍କ ଖଣ୍ଡପୀଠକୁ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଭୁଲ ସ୍ୱୀକାର କରିଛନ୍ତି । ପରେ ପ୍ରଶାନ୍ତଙ୍କ ବିରୋଧରେ ଆଗତ ମାନହାନୀ ମାମଲା ପ୍ରତ୍ୟାହାର କରିନିଆଯିବ ବୋଲି ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଏମ୍ ନାଗେଶ୍ୱର ରାଓଙ୍କ ନିଯୁକ୍ତି ସମ୍ପର୍କୀତ ଉଚ୍ଚସ୍ତରୀୟ ଚୟନ କମିଟିର ନିଷ୍ପତ୍ତିକୁ ପ୍ରଶାନ୍ତ ବିରୋଧ କରିଥିଲେ । ସରକାର ଏହି ମାମଲାରେ ବ୍ୟାପକ ଜାଲିଆତି କରିଥିବା ସେ ଅଭିଯୋଗ ମଧ୍ୟ କରିବାକୁ ପଛାଇନଥିଲେ । ତାଙ୍କର ଏପ୍ରକାର ଭିତ୍ତିହୀନ ମନ୍ତବ୍ୟ ଉପରେ ବିଜେପି ସରକାର ତାଙ୍କ ବିରୋଧରେ ମାନହାନି ମାମଲା କରିଥିଲା । ତେବେ ଆଜି ସୁପ୍ରିମକୋର୍ଟରେ ସେ ଭୁଲବଶତଃ ଏପରି କରିଥିବା ସ୍ୱୀକାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ