ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ବୋଲି ଜଣାପଡିଛି । ଲକ୍‌ ଡାଉନ୍‌ ସମୟରେ ଦିଲ୍ଲୀଠାରେ ଭୂମିକମ୍ପ୍‌ର ମୃଦ୍ୟୁ ଝଟ୍‌କା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ ମଧ୍ୟ ଏହି ଝଟ୍‌କାକୁ ଅନୁଭୂତ କରାଯାଇଛି । ଲୋକମାନେ ଏହାର ଝଟ୍‌କାକୁ ଅନୁଭବ କରି ବାହାରକୁ ବାହାରି ଆସିଥିଲେ। ଦିଲ୍ଲୀରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ଭୂମିକମ୍ପ ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି ।
ସୂଚନାଯୋଗ୍ୟ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ଟପିଥିବାବେଳେ ମୃତ୍ୟୁସଂଖ୍ୟା ୧୯କୁ ଛୁଇଁଛି । ଦିଲ୍ଲୀର ବହୁ ସ୍ଥାନକୁ ସିଲ୍‌ ମଧ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ