୨୦୧୯ ସାଧାରଣ ନିର୍ବାଚନର କିଛି କଥା ଓ ବ୍ୟଥା

ଇତି ମଧ୍ୟରେ ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ୨୦୧୯ ସାଧାରଣ ନିର୍ବାଚନ ସରିଯାଇଛି ଏବଂ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ, ଏକଜିଟ୍ ପୁଲ୍ର ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ଓଡ଼ିଶାରେ ବିଜୁ ଜନତା ଦଳ ପୁଣିଥରେ କ୍ଷମତା ଲାଭ କରିଛି । ୧୪୬ଟି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ଏକାକୀ ୧୧୨ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ବିଜେପି ୨୩ଟି ଆସାନ ପାଇ ଦ୍ୱିତୀୟ ସ୍ଥାନ ହାସଲ କରି ବିରୋଧୀ ଦଳର ମାନ୍ୟତା ପାଇଛି । କଂଗ୍ରେସ ଦୁଇଅଙ୍କ ଆସନ ଛୁଇଁନପାରି ୯ଟି ଆସନରେ ବିଜୟୀ ହୋଇ ବିରୋଧୀ ଦଳ ମାନ୍ୟତା ପାଇବାରୁ ବଞ୍ôଚତ ହୋଇଛି ଓ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ଆସନରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁଜନିତ କାରଣରୁ ନିର୍ବାଚନ ହୋଇପାରିନାହିଁ । ସେହିପରି ଲୋକସଭା ଆସନରେ ମଧ୍ୟ ବିଜୁ ଜନତା ଦଳ ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୮ଟି ଆସନରେ ବିଜୟୀ ହୋଇଛି ଏବଂ କଂଗ୍ରେସ ମାତ୍ର ୧ଟି ଆସନରେ ସନ୍ତୁଷ୍ଟ ରହିଛି । ପୂର୍ବରୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ୧୦୩ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ୧୧୬ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ୧୧୨ଟି ଆସନରେ ବିଜୟୀ ହୋଇ କ୍ରମାଗତ ହ୍ୟାଟ୍ରିକ ଶତକ ସହିତ ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।
ନିିର୍ବାଚନ ପୂର୍ବରୁ ଓଡ଼ିଶାରେ ଯେଉଁ ‘ପରିବର୍ତ୍ତନର ସ୍ୱର’ ହାୱା ବହୁଥିଲା ଓଡ଼ିଶାବାସୀ ତାହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଯାହା ନିର୍ବାଚାନ ଫଳାଫଳରୁ ଜଣାପଡ଼ିଛି । ସାରା ରାଜ୍ୟରେ ମୋଦି ଲହରି ‘ଏଥର ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ’ ତାହା ସଫଳ ହୋଇପାରିଲା ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାରା ଓଡ଼ିଶାରେ ସବୁଠି ଚର୍ଚ୍ଚା •ଲିଥିଲା ଚଳିତ ନିର୍ବାଚନରେ ବିଜେଡ଼ି ୩୦ରୁ ୪୦ଟି ଆସନ, ବିଜେପି ୮୦ରୁ ୯୦ଟି ଆସନ ଓ କଂଗ୍ରେସ ୧୦ରୁ ୨୦ଟି ଆସନ ଜିତିବ । ଘନ ଘନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଓଡ଼ିଶା ଗସ୍ତ ଫଳରେ ଓଡ଼ିଶାରେ ମୋଦି ହାୱା ବହିବା ସହିତ ବିଜେପି ତରଫରୁ ବିଭିନ୍ନ ସଭା ସମିତି ମାଧ୍ୟମରେ ପରିବର୍ତ୍ତନର ସ୍ୱରକୁ ବାସ୍ତବରେ ପରିଣତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ବରିଷ୍ଠ ନେତୃମଣ୍ଡଳୀମାନେ । କର୍ମୀମାନେ ମଧ୍ୟ ଏହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଦିନ ରାତି ଚେଷ୍ଟା କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଓଡ଼ିଶାରେ ବିଜେପି ଏକାକୀ ଶାସନ କରିବ ଏବଂ ବିଜେପିର ଶପଥ ଗ୍ରହଣ ଉତ୍ସବକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ଯାଏ କଥା ଯାଇଥିଲା । କିନ୍ତୁ ଏସବୁ ସଫଳ ହୋଇପାରିନଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ । ଦୀର୍ଘ ୨୦ ବର୍ଷ ଧରି ନିଜର ସ୍ୱଚ୍ଛ ଭାବମୂର୍ତ୍ତି, ଲୋକପ୍ରିୟତା, ସରଳ ସ୍ୱଭାବର ହାବଭାବକୁ ଓଡ଼ିଶାବାସୀ ପୁଣିଥରେ ଗ୍ରହଣ କରିନେଇଛନ୍ତି । ଏହି ନିର୍ବାଚନରେ କିଛି ସଂଗଠନ ମଧ୍ୟ ନବୀନଙ୍କୁ ବିରୋଧ କରି ବିଜୁ ଜନତା ଦଳକୁ ଭୋଟ ନଦେବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ରଖିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ । ସବୁଠାରୁ ମଜାଦାର କଥା ହେଲା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସବୁଠି ଚର୍ଚ୍ଚା •ଲଥିଲା ବେଳେ ଅନେକ ଆକ୍ଷେପ କରିଥିଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ । ବିଭିନ୍ନ ସ୍ଥାନରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ •ପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । କିନ୍ତୁ ଏସବୁକୁ ଭ୍ରୁକ୍ଷେପ ନକରି ନିଜେ ନବୀନ ରଣନୀତି ପ୍ରସ୍ତୁତ କରି ପ୍ରତି ଜିଲ୍ଲା, ପ୍ରତି ନିର୍ବାଚନ ମଣ୍ଡଳୀ ଗସ୍ତ କରି ନୂତନ ଶୈଳୀରେ ଖୋଲା ବସ୍ ଯୋଗେ ଲୋକମାନଙ୍କୁ ଭେଟି ତାଙ୍କ ନିକଟତର ହୋଇପାରିଥିଲେ ଯାହା ଫଳରେ ତାଙ୍କୁ ପ୍ରବଳ ଜନସମର୍ଥନ ମିଳିଥିଲା ।
ଦ୍ୱିତୀୟରେ ବିଜୁ ଜନତା ଦଳର ଅଭିଜ୍ଞ ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ପୁରା ଦମ୍ରେ ତାର ସମସ୍ତ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ସହ ରାଜ୍ୟବ୍ୟାପୀ ଗ୍ରାମସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସଂଗଠନ ମଜଭୁତ କରିଥିଲା । ଯୁବଗୋଷ୍ଠୀମାନଙ୍କୁ ନେଇ ବିଜୁ ଯୁବ ବାହିନୀ ଗଠନ, •ଷୀମାନଙ୍କ ପାଇଁ କାଳଆ ଯୋଜନା ମାଧ୍ୟରେ ଟଙ୍କା ପ୍ରଦାନ, ମହିଳାମାନଙ୍କ ପାଇଁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା, ମୋବାଇଲ ପ୍ରଦାନ ପ୍ରମୁଖ ଭଲ ଭଲ ଯୋଜନା ମାନ କରି ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ ଯାହାର ଫଳସ୍ୱରୂପ ଓଡ଼ିଶାବାସୀ ପୁଣିଥରେ ନବୀନଙ୍କୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ଦେଇଛନ୍ତି ।
ଅପର ପକ୍ଷରେ ବିଜେପି ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ଫଳାଫଳ ଭଲ କରିଥିବା ବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଓ ଗୋଡ଼ଟଣା ନୀତି ଯୋଗୁ ବିରୋଧୀ ଦଳ ଭୂମିକା ହରାଇ ଗତ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ବରିଣ କରିଛି । ସେହିପରି ପରିବାରବାଦ ରଣନୀତି ଫେଲ୍ ହୋଇଥିବା ବେଳେ ଦଳବଦଳ କରିଥିବା ବିଶେଷକରି ବିଜୁ ଜନତା ଦଳ ଛାଡ଼ି ଅନ୍ୟ ଦଳକୁ ଡ଼ିଆଁ ମାରିଥିବା ପ୍ରାୟ ସମସ୍ତ ନେତାମାନେ ଚିଟ୍ପତାଙ୍ଗ ମାରିଛନ୍ତି । ଯାହାଫଳରେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ, ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ଏମାନେ ପୂର୍ବ ନିର୍ବାଚନରେ ଜିତି ଆସୁଥିଲେ ଏବଂ ୨୦୧୯ ନିର୍ବାଚନରେ ସମ୍ପୂର୍ଣ୍ଣ ପରାଜୟ ବରଣ କଲେ ।
ତୃତୀୟରେ ୨୦୧୯ ନିର୍ବାଚନରେ ରଣନୀତି ଥିଲା ସବୁଠାରୁ ସ୍ୱତନ୍ତ୍ର । ଟିକେଟ ବଣ୍ଟାରେ ପରିବର୍ତ୍ତନ କରାଯାଇ ଏଥର ନୂଆ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇଥିଲା ଏବଂ ଗତ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ୩୩ ପ୍ରତିଶତ ମହିଳାଙ୍କୁ ଏଥର ଟିକେଟ ମିଳିଥିଲା । ଯାହାଫଳରେ ବିଜୁ ଜନତା ଦଳ ପୁଣି ଥରେ କ୍ଷମତା ହାସଲ କରି ନୂତନ ମନ୍ତ୍ରୀ ମଣ୍ଡଳ ଗଠନ କରିସାରିଛି । ଏହି ନୂତନ ମନ୍ତ୍ରୀମଣ୍ଡଳରେ ମଧ୍ୟ ଗତ ନିର୍ବାଚନ ଅପେକ୍ଷା ଅଧିକାଂଶ ନୂତନ ପ୍ରାର୍ଥୀମାନଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ କିଛି ବରିଷ୍ଠ ନେତାମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏଥିମଧ୍ୟରେ ମଧ୍ୟ ନୂତନ ଭାବେ କିଛି ମହିଳାଙ୍କୁ ବି ସାମିଲ୍ କରାଯାଇଛି । ସୁଶାନ୍ତ ସିଂ, ଟୁକୁନି ସାହୁ, ନବକିଶୋର ଦାସ, ଜଗନ୍ନାଥ ସାରକା, ଦିବ୍ୟ ଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଓ ତୁଷାରକାନ୍ତି ବେହେରା ପ୍ରମୁଖଙ୍କୁ ପ୍ରଥମ ଥର ପାଇଁ ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇ ନବୀନ ପଟ୍ଟନାୟକ ତାଙ୍କର ପରାକାଷ୍ଠାର ପରିଚୟ ଦେଇଛନ୍ତି । ସେହିପରି ବିଜୁ ଜନତଳ ଦଳ ଏହି ନିର୍ବାଚନରେ କେତେକ ସ୍ଥାନରେ ପିତାଙ୍କ ବଦଳରେ ପୁତ୍ରଙ୍କୁ ଟିକେଟ ମିଳିଥିଲା ସେମାନଙ୍କ ମଧ୍ୟରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁପଦ ରାଉତରାୟ । ବାଙ୍କିରୁ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ । ସେ ହେଉଛନ୍ତି ସେହିପରି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୁତ୍ର ସୌଭିକ ବିଶ୍ୱାଳ । ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଧର୍ମାନନ୍ଦ ବେହେରାଙ୍କ ପୁତ୍ର ପ୍ରଶାନ୍ତ ବେହେରା । ପାରଦ୍ୱୀପରୁ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ପୁତ୍ର ଶ୍ରୀମାନ ସମ୍ବିତ ରାଉତରାୟ । ଏମାନେ ସମସ୍ତେ ମଧ୍ୟ ବିଜୟୀ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ କେହି ନାହାଁନ୍ତି । ତେଣୁ ନବୀନ ବାବୁ ବଞ୍ôଚଥିବା ପର୍ଯ୍ୟନ୍ତ ଓଡ଼ିଶାରେ ବିଜୁ ଜନତା ଦଳ ଜିତୁଥିବ ହିଁ ଜିତୁଥିବ ।
ସୁବାସ କୁମାର ତାରଣିଆଁ
ମୋ : .୯୭୭୬୫୧୦୭୯୪
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ