ଲକ୍ଡାଉନ୍ ସମ୍ପ୍ରସାରଣ ପରେ ବନ୍ଦ ହୋଇପାରେ ପାରାଦ୍ୱୀପ ତୈଳ ବିଶୋଧନାଗାରର ଉତ୍ପାଦନ!
ପାରାଦ୍ୱୀପ (ପୀତବାସ ପ୍ରଧାନ) : କୋଭିଡ୍-୧୯ ଲକ୍ଡାଉନ୍ ସମ୍ପ୍ରସାରଣ ପରେ ଆଇଓସିଏଲ ପାରାଦ୍ୱୀପ ତୈଳ ବିଶୋଧନାଗାର ର ଉତ୍ପାଦନ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମାର୍ଚ୍ଚ ୨୫ରେ ଭାରତ ସରକାର ୨୧ଦିନିଆ ଦେଶବ୍ୟାପୀ ଲକଡାଉ୍ନ୍ ଘୋଷଣା ପରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉତ୍ପାଦନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ଉତ୍ପାଦନ ବନ୍ଦ ରହିଥିଲା । ତେବେ ଲକ୍ଡାଉନ ପ୍ରଭାବ ଓ ଷ୍ଟୋରେଜ ଅଭାବରୁ ପାରାଦ୍ୱୀପ ରିଫାଇନେରୀ ର ଉତ୍ପାଦନ ୫୦ ପ୍ରତିଶତ କମାଇ ଦେଇଥିଲା । ତେବେ ଆଗାମୀ ଦିନରେ ଏପରି ପରିସ୍ଥିତି ଜାରି ରହିଲେ ଏବଂ ଲକ୍ଡାଉନ୍ ସମୟସୀମା ବୃଦ୍ଧି ପାଇଲେ ଏହାର ଉତ୍ପାଦନ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।


