ଲାୟନ୍ସ କ୍ଳବ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ସ୍ଥାନୀୟ ଜଗନ୍ନାଥ କଲୋନୀସ୍ଥିତ ଭୂବନ ୱଣ୍ଡର ଲ୍ୟାଣ୍ଡ ସ୍କୁଲ ପରିସରରେ ଲାୟନ୍ସ କ୍ଲବ୍ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରାଯାଇଛି । କ୍ଲବ୍ର ଡିଷ୍ଟିକ୍ଟ ଗଭର୍ଣ୍ଣର ଲାୟନ୍ସ ବିଶ୍ୱନାଥ ମହାନ୍ତି ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି । ଏଥିସହ କ୍ଲବ୍ ପକ୍ଷରୁ ଅସ୍ତରାଗ(୨) ଜରା ନିବାସର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ରିଲିଭିଂ ହଙ୍ଗ୍ର କାର୍ଯ୍ୟକ୍ରମରେ ଅନ୍ତେବାସୀଙ୍କୁ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇ ଦିଆଯଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଡା. ସୂର୍ଯ୍ୟକାନ୍ତ ପୁଷ୍ଟି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କ୍ଲବ୍ର ସଭାପତି ଳାୟନ୍ସ ଶିବ ନାରାୟଣ ସେନାପତି ଓ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ । ସେହିପରି ବାରିପଦାର ଓକିଲ ସଂଘ ଓ ପୁରୀର ସ୍ୱେଚ୍ଛାସେବୀ ସଂଗଠନ “ଦ ମିର୍ର’ ପକ୍ଷରୁ ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ବାଲିଗୁଆଳି ପଞ୍ଚାୟତର ୧୧ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣପୋଖରୀ ସାହିରେ ରିଲିଫ୍ ବଣ୍ଟନ କରିଥିଲେ । ଉକ୍ତ ସାହିର ୨୪୦ଜଣଙ୍କୁ ମଶାରି ଓ ମଶିଣା ଆଦି ବଣ୍ଟନ କରାଯାଇଥିଲା । ଦ ମିର୍ର ସଭାପତି ସଞ୍ଜୟ କୁମାର ପ୍ରଧାନ, ଓକିଲ ସଂଘ ଉପସଭାନେତ୍ରୀ ସୁଜାତା ମିଶ୍ର, ଚିନ୍ମୟୀ ବେହେରା, ଶିଶୁ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କୃଷ୍ଣକଳ୍ପନା ମହାନ୍ତି, ଗୋପବନ୍ଧୁ ସେବା ପରିଷଦ ଅଧ୍ୟକ୍ଷ ପ୍ରଦୀପ କୁମାର ମହାରଣା, ଭାଷା ସୁରକ୍ଷା ସମ୍ମିଳନୀର ଜିଲ୍ଲା ଆବାହକ ଦିଗମ୍ବର ବେହେରା, ସଦ୍ଭାବନାର ସମ୍ପାଦକ ଚଣ୍ଡିପ୍ରସାଦ ପଟ୍ଟନାୟକ ଓ କ୍ଷେତ୍ରମୋହନ ଫାଉଣ୍ଡେସନ ସଦସ୍ୟ ନିବକିଶୋର ଜେନା ରିଲିଫ୍ ବଣ୍ଟନରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ