ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ରୁଷିଆ ହକି ଦଳ

କୋଣାର୍କ (ଜୁଗାବ୍ଦ ନ୍ୟୁଜ୍‍): ସୋମବାର ପୂର୍ବାହ୍ନ ୧୦ଟାରେ ରୁଷିଆ ହକି ଦଳ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ରୁଷିଆ ହକି ଦଳର ୨୬ ଜଣ ଏକ ସ୍ୱତନ୍ତ୍ର ବସରେ କୋଣାର୍କରେ ପହଞ୍ଚି ପ୍ରଥମେ ସୂର୍ଯ୍ୟମନ୍ଦିର ବୁଲି ଦେଖିଥିଲେ । ଖେଳାଳୀମାନେ ନିଜ ମୋବାଇଲରେ ସେଲ୍ଫି ନେବା ସହିତ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଥିଲେ । ପରେ ଚନ୍ଦ୍ରଭାଗା ବେଳାଭୂମିରେ କିଛି ସମୟ ବିତାଇବାପରେ ଫେରିଯାଇଥିଲେ । ଏହି ଗସ୍ତ ସମୟରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ