ବାଣରେ କମ୍ପିଲା ରାମେଶ୍ୱର ଦେବଙ୍କ ପୀଠ
ପିପିଲି (ଜୁଗାବ୍ଦ ନ୍ୟୁଜ୍): ସଂସ୍କୃତି ଓ ପରମ୍ପରାର ବାଣମରା ପର୍ବ ପ୍ରତିବର୍ଷ ପରି ବାଗେଶ୍ୱରପୁର ଗ୍ରାମର ପ୍ରଭୁ ରାମେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଛି । ପବିତ୍ର ଶୀତଳଷଷ୍ଠୀ ଅବସରରେ ନୀତି ନିୟମରେ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ କରାଯାଇଥିଲା । ଏହାପରେ ଠାକୁର ଦୋଳ ବିମାନରେ ଗ୍ରାମ ପରିକ୍ରମା କରିଥିଲେ । ଠାକୁରଙ୍କ ଚତୁର୍ଥୀ ଅବସରରେ ବାଗେଶ୍ୱରପୁର ଓ ଜମ୍ବିଲା ଗ୍ରାମବାସୀ ମଧ୍ୟରେ ବାଣ ପ୍ରତିଯୋଗିତା ହୋଇଥିଲା । ଉଭୟ ଗ୍ରାମର ବାଣକୁ ଗୋଟେ ପରେ ଗୋଟେ ପ୍ରତିଯୋଗିତାରେ କାଠଚକ୍ର ବାଣକୁ ମରାଯାଇଥିଲା । ଗ୍ରାମ ମୁରବୀ ଓ ଯୁବକ ସଂଘ ଅନୁଷ୍ଠାନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ବାଣମରା କାର୍ଯ୍ୟକୁ ସମ୍ପନ୍ନ କରିଥିଲେ । ଏହି ବାଣଯାତ୍ରାକୁ ରାଜକିଶୋର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗଙ୍ଗାଧର ଷଡ଼ଙ୍ଗୀ, କପିଳ ମହାପାତ୍ର, ଅଭିମନ୍ୟୁ ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ରମେଶ ଚନ୍ଦ୍ର ମିଶ୍ର, ବାଲୁଙ୍କେଶ୍ୱର ମିଶ୍ର, ଶରତ କୁମାର ମିଶ୍ରଙ୍କ ସମେତ ଉଭୟ ଗ୍ରାମବାସୀ ସହଯୋଗ କରିଥିଲେ ।