ବିଶିଷ୍ଟ ଶ୍ରମିକ ନେତା ଡକ୍ଟର ସୈାରିବନ୍ଧୁ କରଙ୍କ ଦେହାନ୍ତରେ ସି.ପି.ଆଇର ଶୋକ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଅଖିଳ ଭାରତ ଶ୍ରମିକ ସଙ୍ଘ(ଏ.ଆଇ.ଟି.ୟୁ.ସି.)ର ଜାତୀୟ ଉପସଭାପତି ,ରାଜ୍ୟ ସାଧାରଣ ସମ୍ପାଦକ,ସି.ପି.ଆଇ.ର ଜାତୀୟ ପରିଷଦ ସଭ୍ୟ ସାଥି ସୈାରିବନ୍ଧୁ କର ୭୧ବର୍ଷ ବୟସରେ ସୋମବାର ରାତି ୧୧ଟାରେ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାରା ରାଜ୍ୟ ଜଣେ ବିଶିଷ୍ଟ ଶ୍ରମଜୀବି ମାନବର ବନ୍ଧୁଙ୍କୁ ହରାଇ ହତବାକ । ଦେଶର ଜଣେ ବିଶିଷ୍ଟ ଅର୍ଥନୀତି ଓ ସୁ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ତାଙ୍କର ସୁନାମ ରହିଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ.)ର ଜାତୀୟ ପରିଷଦର ସଭ୍ୟ ଥାଇ,ଜାତୀୟ ଇ.ପି.ଏଫ.ବୋର୍ଡର ସଦସ୍ୟ ସହିତ ଅନେକ ଶ୍ରମିକ କଲ୍ୟାଣକାରୀ ସରକାରୀ ସଂଗଠନର ସେ ସଦସ୍ୟ ଥିଲେ । ତାଙ୍କର ହଠାତ ବିୟୋଗ ଶ୍ରମଜୀବି ଜନତାଙ୍କୁ ହତବାକ କରିଦେଇଛି । ସି.ପି.ଆଇ.ଜିଲ୍ଲା କମିଟି ପକ୍ଷରୁ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରାଯାଇଛି ବୋଲି କେନ୍ଦ୍ରାପଡା ଜିଲ୍ଲା ସି.ପି.ଆଇ.ର ସାଧାରଣ ସମ୍ପାଦକ ଆଇନଜୀବି ରମଣୀରଞ୍ଜନ ରାଉତରାୟ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।


